ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ହେଲେ ମନୋରମା ଦେବୀ

ଜୟପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମନୋରମା ଦେବୀ ମନୋନିତ ହୋଇଛନ୍ତି। ଏନେଇ ସେ ଖୁସି ଥିବା ବେଳେ ସଦସ୍ୟ ଭାବେ ସମସ୍ତ ଦାୟିତ୍ବକୁ ସୁଚାର ରୂପେ ତୁଲାଇବା ପାଇଁ ପ୍ରକାଶ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ମସିହା ନୂତନ ନିୟମ ଲାଗୁ ପରେ ବ୍ରହ୍ମପୁରରେ ସିଣ୍ଡିକେଟ୍ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଚିଠି ନମ୍ବର ୭୪୨୧ ତାରିଖ ୨୯.୭.୨୦୨୧ ଅନୁଯାୟୀ ୩ ଜଣଙ୍କୁ ଚୟନ କରାଯାଇଛି। ସେଥିରେ ଡ. ମନୋରମା ଦେବୀଙ୍କ ସମେତ କୋରାପୁଟ ସ୍ଥିତ ସରକାରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ ଦୀପକ କୁମାର ପଟ୍ଟନାୟକ ଓ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ମାଇକ୍ରୋ ବାୟୋଲୋଜି ପ୍ରାଧ୍ୟାପିକା ଡା. ବନଜିନି ପରିଡା ମନୋନିତ ହୋଇଛନ୍ତି। ୨୩ ଜଣଙ୍କ ମଧ୍ୟରୁ ଏବେ ସଦସ୍ୟଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର