ମନୋରମା ମହାପାତ୍ରଙ୍କ ସ୍ମୃତି ସଭା

ଖୋର୍ଦ୍ଧା: ଖୋର୍ଦ୍ଧାର ବରିଷ୍ଠ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଆଜି ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ଉଦେ୍ଦଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ । ସେ କହିଥିଲେ ଯେ ମନୋରମା ମହାପାତ୍ରଙ୍କ ସହ ଖୋର୍ଦ୍ଧାର ନିବିଡ଼ ସମ୍ପର୍କ ଥିଲା । ସେ ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ଥିଲେ ଓ ପରବର୍ତୀ ସମୟରେ ଏଠାରେ ଅଧ୍ୟାପିକା ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସ୍ୱାମୀ ପଦାରବିନ୍ଦ ମହାପାତ୍ର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଭାବେ ବେଶ୍ କିଛି ବର୍ଷ କାମ କରିଥିଲେ । ନରେନ୍ଦ୍ର କୁମାର ପୃଷ୍ଟି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ସଂଜୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ଲାବନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ଦାସ, ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ଡ ବୃନ୍ଦାବନ ପଣ୍ଡା, ଚପଳା ପଣ୍ଡା, ଶିଶିର ପରିଡ଼ା, ରଣଜିତ ମହାପାତ୍ର, ବିସ୍ମୟ ସାମନ୍ତରାୟ, ପ୍ରଦୋଷ ହରିଚନ୍ଦନ, ପ୍ରଫୁଲ୍ଲ ଜେନା, ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ବନସେବା ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୁରୁଜଙ୍ଗର ଶୁଭ୍ରା ସୁଚିସ୍ମିତା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବନ୍ଧିତ ଖବର