ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେସନରେ ଫସିଛନ୍ତି ସହସ୍ରାଧିକ ଯାତ୍ରୀ

ବ୍ୟାସନଗର: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ରୁଟ୍‌ ଦେଇ ଯିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଇପାରି ନାହାନ୍ତି। ଯାଜପୁର-କେନ୍ଦୁଝରରୋଡରେ ତିନିଟି ଟ୍ରେନ୍‌ ଅଟକିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଭୁବନେଶ୍ବର-ଭଦ୍ରକ, ନୟାଗଡ଼-ଭଦ୍ରକ ଟାଉନ ଓ ବାଙ୍ଗିରିପୋଷି-ପୁରୀ ଆଦି ଟ୍ରେନ୍‌ ଆଜି ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକ ରହିଥିଲା। ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ହଇରାଣ ହୋଇଥିଲେ। ଶେଷରେ ଯାତ୍ରୀମାନେ ଷ୍ଟେସନରୁ ଅଟୋ ଓ ଟ୍ୟାକ୍ସି ଯୋଗେ ପାଣିକୋଇଲି ଯାଇ ସେଠାରୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ଭିନୀତ ଅଗ୍ରୱାଲ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର