ରାଇଘର ଅଞ୍ଚଳରେ ମାଓ ବ୍ୟାନର

ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ତଥା ମାଓ ପ୍ରବଣ ରାଇଘର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ମାଓ ବ୍ୟାନର ମରାଯାଇଥିବା ସୂଚନା ମିଳିଛି l ଏହି ବ୍ୟାନର କୁରାବେଡା ପଞ୍ଚୟତର ବାଗବେଡା ଗ୍ରାମର ଏକ ପୋଲ ନିକଟରେ ମାରା ଯାଇଥିବା ଦେଖିବାକୁ ମିଳିଛି l ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କିଛି ଲୋକ ଏକ ବୋଲେରୋରେ ଆସି ଏହି ବ୍ୟାନର ମାରିବା ସହିତ ଟିଫିନ ଡବା ମଧ୍ୟ ରଖି ଯାଇଥିଲେ l ଏହି ଡବାଟି ଟିଫିନ ଡବା ବୋମା ବୋଲି ସନ୍ଦେହ କରାଯାଉଛି l ଏହି ବ୍ୟାନର ରେ ମୈନପୁର-ନୂଆପଡ଼ା ଡିଭିଜନ କମିଟି ପକ୍ଷରୁ ଲାଗିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧି ସ୍ଲୋଗାନ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି l

ସମ୍ବନ୍ଧିତ ଖବର