ନିୟମଗିରିରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ମାମଗ୍ରୀ ଜବତ।

କଲ୍ୟାଣସିଂହପୁର: କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡ଼ର ତାଡ଼ିଝୋଲା ଗାଁ ନିକଟରେ ସିଆରପିଏଫ୍‌ ୪ର୍ଥ ବାଟାଲିୟନ ପକ୍ଷରୁ କମ୍ବିଂ ଅପରେସନ ଜାରିଥିବା ବେଳେ ବିପୁଳ ପରିମାଣର ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏଥିରେ ୨ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଜିଲେଟିନ ବୋମା, ଗୋଟିଏ ଟେପ ରେକର୍ଡ, ୧ଟି ରିମୋଟ, ୧ଟି ଫ୍ଲାଶ, ୩ଟି ଷ୍ଟିଲ କେରେଜ, ୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚଲାଇଟ୍‌, ୩ଟି କଲର ଟେପ, ୫୦ମିଟର ପ୍ଲାଷ୍ଟିକ ଦଉଡ଼ି, ୧୦ମିଟର ପ୍ଲାଷ୍ଟିକ ସରୁ ଦଉଡ଼ିି, ୨ଟି ଛତା, ୯ଭୋଲ୍ଟର ୨ଟି ବ୍ୟାଟେରୀ, ୧୨ଭୋଲ୍ଟର ଏକ ବଡ ବ୍ୟାଟେରୀ, ୪ ପ୍ୟାକେଟ୍‌ ନୁଡେଲ,୧୩ଟି ଖୋକା ଜବତ ହୋଇଛି।

ରାୟଗଡ଼ା ସିଆରପିଫ୍‌ ୪ର୍ଥ ବାଟାଲିୟନ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବ୍ଲକ ତ୍ରିଲୋଚନପୁର ଠାରେ କରାଯାଇଥିବା ୪ର୍ଥ ସିଆରପିଏଫ କ୍ୟାମ୍ପର ଯବାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ପ୍ରବୀଣ ନେଇନୱାଲଙ୍କ ସହିତ ସନ୍ଧାନୀ କୁକୁରକୁ ଧରି ନିୟମଗିରିରେ କମ୍ବିଂ ଅପରେସନ ଜାରି ରଖିଥିଲେ। ଆଜି ସକାଳୁ ଏହି ଅପରେସନ କରୁଥିବା ବେଳେ ତଡ଼ିଝୋଲା ଗାଁ ନିକଟ ଜଙ୍ଗଲ ପାହାଡ଼ ମଝିରେ କିଛି ମାଓ ବ୍ୟବହୃତ ସାମଗ୍ରୀ ରଖାଯାଇଥିଲା । ଏହାକୁ ସନ୍ଧାନୀ କୁକୁର ଦ୍ୱାରା ଠାବ କରାଯାଇଥିଲା। ଏହାକୁ ସନ୍ଦେହ କରି କୁକୁର ରହିଥିବା ପାର୍ଶ୍ୱରେ ଖୋଜାଖୋଜି କରିଥିଲେ। ସେହି ସ୍ଥାନରେ ଏକ ମାଓ ବ୍ୟାନର ସହିତ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ ହୋଇଥିଲା।

ସୂଚନାଯୋଗ୍ୟ, ଜବତ ହୋଇଥିବା ମାଓ ବ୍ୟାନରରେ ଜୁଲାଇ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ରେ ସହିଦ ଦିବସ ପାଳନ କରନ୍ତୁ ବୋଲି ଉଲ୍ଲେଖ ରହିଛି। ଏଥି ସହିତ ମାଓବାଦୀମାନେ ସରକାରଙ୍କ ବିରୋଧରେ ଅନେକ ଶ୍ଲୋଗାନ ଲେଖିଛନ୍ତି।

ସମ୍ବନ୍ଧିତ ଖବର