ମାଓ ସଚିବ ଅରୁଣାଙ୍କ ପ୍ରେସ ବିଜ୍ଞପ୍ତି; ମାଓ କମାଣ୍ଡର ସୁଧିର ରାଜାକୁ ପାର୍ଟିରୁ ନିଳମ୍ବିତ ନେଇ ସୂଚନା

ମାଲକାନଗିରି: ନକ୍ସଲ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଛି। ଗୋଟିଏ ଦିଗରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ବଡ ବଡ ନେତାଙ୍କ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି।ଗତ କିଛି ଦିନ ତଳେ ମାଓ କମାଣ୍ଡର ବିନୋଦର ମୃତ୍ୟୁ, ରାମନ୍ନାର ପୁଅ ରଂଜିତର ଆତ୍ମସମର୍ପଣ ଭଳି ଘଟଣା ଘଟିବା ପରେ ଏବେ ବିଶାଖା ଇଷ୍ଟ ଡିଭିଜନ କମିଟିର କମାଣ୍ଡର ସୁଧୀର ରାଜା ପାର୍ଟି ଛାଡି ଚାଲିଥିବାଥିବା ନେଇ ସଚିବ ଅରୁଣା ସୂଚନା ଦେଇଛନ୍ତି।

ପାର୍ଟିକୁ ନଜଣାଇ ସେ ପାର୍ଟି ଛାଡିଥିବାରୁ ତାଂକୁ ପାର୍ଟି ନିଳମ୍ବିତ କରିଥିବା ସେ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ତେବେ ସୁଧୀର ପାର୍ଟି ଛାଡିବା ସମୟରେ ନିଜର ସାଥୀ ସୁମିତାକୁ ମଧ୍ୟ ନେଇଯାଇଥିବାରୁ ପାର୍ଟି ସୁଧିର ଉପରେ ଖପ୍ପା ହୋଇଛି। ନିଜର ବ୍ୟକ୍ତିଗତ ସ୍ବାର୍ଥ କିମ୍ବା ମୃତ୍ୟୁର ଭୟରେ ସୁଧିର ପାର୍ଟି ଛାଡିଥିବା ଅରୁଣା କହିଛନ୍ତି। ସୁଧିର ପାର୍ଟିକୁ ଧକ୍କା ଦେଇ ନାହାନ୍ତି ବରଂ ତାଂକର ପରିବାରକୁ ମଧ୍ୟ ଧକ୍କା ଦେଇଛନ୍ତି। ସୁଧିର ପାର୍ଟି ଛାଡିଲେ ପାର୍ଟିର କୌଣସି କ୍ଷତି ହେବ ନାହିଁ। ପାର୍ଟି ଆହୁରି ଦମ୍ଭର ସହ ଆଗକୁ ବଢିବ ଏବଂ ଲୋକଙ୍କ ପାଇଁ ଲଢେଇ କରିବ। ତେବେ ସୁଧିର କେଉଁ ରାଜ୍ୟରେ ଆତ୍ମସମର୍ପଣ କରିଛନ୍ତି ତାହା ଜଣାପଡିନଥିବା ବେଳେ ହୁଏତ ଆନ୍ଧ୍ର କିମ୍ବା ତେଲେଙ୍ଗାନାରେ ସେ ଆତ୍ମସମର୍ପଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଏ।

ସମ୍ବନ୍ଧିତ ଖବର