ମାଲକାନଗିରି: ଗତ ଗୁରୁବାର ମଉପଦର ପଂଚାୟତ କେରମିଟି ଗ୍ରାମର ନିରୀହ ଆଦିବାସୀ ଆନନ୍ଦ ସୋଡିକୁ ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀଙ୍କ ଅପହରଣ କରି ନେବା ପରେ ହତ୍ୟା କରିବା ଘଟଣା କୁ ବିରୋଧ କରି ଆଜି ମହୁପଦର ଅଂଚଳରେ ମାଓ ବିରଧୀ ପୋଷ୍ଟର ଲାଗିଛି।ପୋଷ୍ଟରଗୁଡିକ ଓଡିଶା ରାଜ୍ୟ ମାଓବାଦୀ ତଥା ପିଏଲଜିଏ ବିରୋଧୀ ଆଣ୍ଟି ନକ୍ସଲ ପିପୁଲ ପିସ ଫୋର୍ସ(ଏନପିପିଏଫ) ତରଫରୁ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।ଏହି ଅଂଚଳରେ ଲୋକେ ଭୟଭିତ ଓ ଆତଙ୍କିତ ହୋଇ ରହିଥିବା ବେଳେ ଏହି ପୋଷ୍ଟର ଲାଗିବା ପରେ ଲୋକେ ଅଳ୍ପ ଦମ୍ଭ ଧରିଲେଣି। ମାଓବାଦୀଙ୍କୁ ଟାର୍ଗେଟ କରି ଏହି ପୋଷ୍ଟର ମରାଯାଇଛି।

Advertisment

ଲାଗିଥିବା ପୋଷ୍ଟରରେ ଏଏନପିପିଏଫ ମାଓବାଦୀଙ୍କୁ କରିଛି ଖୋଲା ଚାଲେଞ୍ଜ।ମାଓବାଦୀ ବହୁତ ହେଲା ତୁମ ରାଜନୀତି ବୋଲି କହିବା ସହ ତମ ଗଡ଼ରେ ଏଏନପିପିଏଫ ହିଁ ଲାଗେଇବ ନିଆଁ ବୋଲି କୁହାଯାଇଛି।ଏଥିସହ ପୋଷ୍ଡରରେ ମାଓବାଦୀଙ୍କୁ ବହୁ ପ୍ରଶ୍ନ କରାଯାଇଛି।ଗୁରୁବାର ଦିନ କେରମିଟି ଗ୍ରାମର ଆନନ୍ଦ ମାଡ଼ିକୁ ପୁଲିସ ସୂଚନାଦାତା କହି ହତ୍ୟା କରିବାର ଅଧିକାର ତମକୁ ଦେଲା କିଏ ? କଣ ଭୁଲ ଥିଲା ସେ ନିରୀହ ଆଦିବାସୀ ଯୁବକର ? ଏହାର ପ୍ରତିଶୋଧ ଆମେ ନେବୁ।ଯଥାଶୀଘ୍ର ମାଓବାଦୀ ତୁମେ ତୁମ ପ୍ରଜକୋଟ ବନ୍ଦକର , ନଚେତ ତୁମକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ସ୍ଥାନୀୟ ଜନତାଙ୍କୁ ଆମର ବିନୀତ ଅନୁରୋଧ, ସେମାନେ ମାଓବାଦୀଙ୍କ ପ୍ରଜକୋର୍ଟକୁ ଜାଆନ୍ତୁ ନାହିଁ।ମାଓବାଦୀ ଆପଣଙ୍କ ଗ୍ରାମକୁ ଅସିଲେ ସେମାନଙ୍କୁ ଗୋଡେଇ ଗୋଡେଇ ପିଟନ୍ତୁ।ସେମାନଙ୍କୁ ଡରିବାର ନାହିଁ।ମାଓବାଦୀଙ୍କୁ ଆମେ ସାବଧାନ କରେଇ ଦେଉଛୁ , ସେମାନେ ନିରୀହ ଆଦିବାସୀ ଙ୍କୁ ପୁଲିସ ସୂଚନାଦାତା କହି ହତ୍ୟା କରିବା ବନ୍ଦ ଜରନ୍ତୁ।ବହୁତ ଜଲଦି ଏଏନପିପିଏଫ ଏହାର ଜବାବ ଦେବ। ସାଧାରଣ ଜନତା ମାଓବାଦୀଙ୍କୁ ଡ଼ରିବାର ଆବଶକ ନାହିଁ, ଏଏନପିପିଏଫ ଆପଣଙ୍କ ପାଖରେ ସର୍ବଦା ରହିଛି ଏବଂ ରହିଥିବ।ବହୁତ ଶିଘ୍ର ଆମେ ମାଥିଲିକୁ ମାଓ ମୁକ୍ତ କରିବା ଓ ତୁଳସୀ ପାହାଡରେ ତ୍ରିରଙ୍ଗା ଉଦେଇବ।ସାବଧାନ ମାଓବାଦୀ ନଚେତ ପରିଣାମ ଭୟଙ୍କର ହେବ।ଓଡିଶା ରାଜ୍ୟ ମାଓବାଦୀ ମୁର୍ଦାବାଦ ବୋଲି ଉଲ୍ଲେଖ କରାଯାଇଛି। ତେବେ ମାଓବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛି ଏଏନପିପିଏଫ।ଆଗକୁ ନକ୍ସଲ ଏହାର କି ଜବାବ ଦେବେ ଦେଖିବାକୁ ବାକି ରହିଲା।ପୁଲିସ ମଧ୍ୟ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ନକ୍ସଲ ଆଗକୁ ନିର୍ବାଚନ ଥିବାରୁ ଏଭଳି ଘଟଣା ଘଟାଇ ଲୋକଙ୍କୁ ଭୟଭିତ କରାଉଥିବେ ବୋଲି କୁହାଯାଇଛି। ତେବେ ଏଏନପିପିଏଫ ତରଫରୁ ମରାଯାଇଥିବା ଏବି ପୋଷ୍ଟରର ଜବାବରେ ନକ୍ସଲ କଣ କରୁଛନ୍ତି ଦେଖିବାକୁ ବାକି ରହିଲା।ଆଗକୁ ନକ୍ସଲ ଏବଂ ଏଏନପିପିଏଫ ମଧ୍ୟରେ ଜୋରଦାର କାଗଜ ଲଢେଇ ହେବ ବୋଲି ଆଶା କରାଯାଇଛି।