ମାଓ ପୋଷ୍ଟର ଦେଖି ଲୋକେ ଭୟଭୀତ, ସ୍କୁଲ ପିଲାଙ୍କ ଭିତରେ କୋକୁଆ ଭୟ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଥାନା କୁର୍ସି ପଂଚାୟତରେ ମାଓବାଦୀ ମାନେ ପ୍ରଥମ ଥର ପାଇଁ ନିଜର ସ୍ଥିତି ଜାହିର କରିଛନ୍ତି। ଉମରକୋଟ ବ୍ଲକର କୁର୍ସି ଓ ତହରା ଅଞ୍ଚଳର ଅନେକ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। କୁର୍ସି ଓ ତହରା ଅଞ୍ଚଳର ପ୍ରାୟ ୪କିଲୋମିଟର ଥିବା ରାସ୍ତାକଡ଼ରେ ମାଓବାଦୀ ମାନେ ଅନେକ ପୋଷ୍ଟର ପକାଇ ନିଜର ସ୍ଥିତି ଜାହିର କରିଛନ୍ତି।

ପ୍ରଥମ ଥର ପାଇଁ ଉମରକୋଟ ବ୍ଲକର କୁର୍ସି ଓ ତହରା ଅଞ୍ଚଳରେ ମାଓବାଦୀଙ୍କ ପୋଷ୍ଟର ଦେଖି ସ୍ଥାନୀୟବାସୀ ଭୟଭୀତ ହେଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ପିଲାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସ୍ଥାନୀୟବାସୀଙ୍କ ଠାରୁ ସୂଚନା ମିଳିବା ପରେ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାଟି ଉମରକୋଟ ପୁଲିସ ପାଇ ଏକ ଚାଲେଞ୍ଜ ସୃଷ୍ଟି କରିଛି। ପତ୍ରରେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ତୀବ୍ର ସମାଲୋଚନା କରାଯିବ ସହ ବିମାନବନ୍ଦର, ପାଣି, ରେଳୱେ, ହସ୍ପିଟାଲ୍‌, ବ୍ୟାଙ୍କ୍‌, ଟେଲିଫୋନ ଇତ୍ୟାଦିକୁ କେନ୍ଦ୍ର ସରକାରଙ୍କ ଘୋରାଇ କରଣ ନୀତିକୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି। ତେବେ ଆଜିର ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର