ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଲିସ ଏକ ବନ୍ଧୁକ ତିଆରି କାରଖାନା ଠାବ କରିଛି। କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ସୋମବାର ଡିଭିଏଫ୍‌ ଓ ବିଏସଏଫ ଯବାନ୍ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ କରି ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।

Advertisment

ମାଲକାନଗିରି ଡିଭିଏଫ୍‌ ଏବଂ ବିଏସ୍‌ଏଫ୍‌ ୭୬ ତମ ବାଟାଲିୟନର ମିଳିତ ଭାବେ ଦୁଇ ଦିନ ପୂର୍ବେ କାଲିମେଲା ଅଞ୍ଚଳରେ କମ୍ବିଂ ଅପରେସନ୍‌ କରିଥିଲେ। ଏହି କମ୍ବିଂ ଅପରେସନ୍‌ ବେଳେ ଯବାନମାନେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ  କରିଥିଲେ । ଏଠାରେ ମାଟି ତଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀମାନେ ଲୁଚାଇ ରଖିଥିଲେ।

publive-image

ଘଟଣାସ୍ଥଳରୁ ୧୨ ଅଫୁଟା ବୋମା, ୯୩ଟି ଡିଟୋନେଟର, ୨ଟି ଗ୍ୟାସ୍‌ ସିଲିଣ୍ଡର, ୧ ଲେଦ୍ ମେସିନ୍‌, ୧ କାର୍ବାଇଡ୍‌ ଗ୍ୟାସ୍‌ ୱେଲଡିଂ ସିଲିଣ୍ଡର, ଲେଦ୍‌ ମେସିନ୍‌ ଆସେସୋରିଜ୍‌, ଲୁହା ସ୍କ୍ରାପ୍‌ ସାମଗ୍ରୀ ଉଦ୍ଧାର ହୋଇଛି। ଠାବ ହୋଇଥିବା  ମାଓବାଦୀଙ୍କ ଏହି ବନ୍ଧୁକ ତିଆରି କାରଖାନାରେ ବେଆଇନ ଭାବେ ମାଓବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତିଆରି ଓ ମରାମତି ହେଉଥିବା ମାଲକାନଗିରି ଏସପିଙ୍କ ସୂତ୍ରରୁ ପ୍ରକାଶ।