ଘଂଚ ଜଙ୍ଗଲରେ ପୁଣି ଶକ୍ତି ପ୍ରଦର୍ଶନ କଲା ମାଓ ସଂଗଠନ

ମାଲକାନଗିରି: ଛତିଶଗଡର ଘଂଚ ଜଙ୍ଗଲରେ ପୁଣି ଶକ୍ତି ପ୍ରଦର୍ଶନ କଲା ମାଓ ସଂଗଠନ। ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ହଜାର ହଜାର ଗ୍ରାମବାସୀଙ୍କ ଗହଣରେ ୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ଲାଲବାହୀନି। ସେପ୍ଟେମ୍ବର ୨୩ ରୁ ମାଓବାଦୀମାନେ ସେମାନଙ୍କର ପ୍ରତିଷ୍ଠା ଦିବସ ପାଳନ ଲାଗି ଆହ୍ବାନ ଦେଇ ଥିବାବେଳେ ପୁଲିସ ଓ ସୁରକ୍ଷା ବାହିନୀଙ୍କୁ କଡା ଚ୍ୟାଲେଞ୍ଜ ଦେଇ ମାଓବାଦୀମାନେ ଏହି ସମାଗମର ଆୟୋଜନ କରିଛନ୍ତି।

ଲାଲ ସ୍ତମ୍ଭ ଆଗରେ ପୁଣି ମାଓ ନେତାମାନେ ମାଓ ନୀତି ଆଦର୍ଶ ସମ୍ପର୍କରେ ବଖାଣିବା ସହ ଜନ ନାଟ୍ୟମଣ୍ଡଳିର ସଦସ୍ୟ ଓ ସଦସ୍ୟାମାନେ ନାଚ ଗୀତ ମାଧ୍ୟମରେ ସଂଗଠନରେ ସାମିଲ ହେବାକୁ ନିବେଦନ କରି ଥିଲେ। ଗତ ଜୁଲାଇ ଶେଷରେ ସହିଦ ସପ୍ତାହ ପାଳନ ଅବସରରେ ମଧ୍ୟ ଏପରି ଏକ ଆୟୋଜନ କରି ଶହ ଶହ ମାଓବାଦୀ ଏକାଠି ହେବାର ଚିତ୍ର ସାମନାକୁ ଆସିଥିଲା।

ସମ୍ବନ୍ଧିତ ଖବର