ସ୍ବାଧୀନତା ଦିବସ ପୂର୍ବରୁ ଗଛ କାଟି ରାସ୍ତା ଅବରୋଧ କଲେ ନକ୍ସଲ

ଆଜାଦିକା ଅମୃତ ମହୋତ୍ସକୁ ବହିଷ୍କାର ନେଇ ମାରିଲେ ବ୍ୟାନର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ନକ୍ସଲ ଉତ୍ପାତ ପୁଣି ବଢିଛି। ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ନକ୍ସଲ ସ୍ବାଧୀନତା ଦିବସକୁ ବିରୋଧ କରିବା ସହ ଆଜାଦିକା ଅମୃତ ମହୋତ୍ସବକୁ ବହିଷ୍କାର କରିବା ପାଇଁ ରାସ୍ତାରେ ଗଛ କାଟି ପକାଇବା ସହ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଇଛନ୍ତି। ଲୋକମାନେ ଏହି ଦିବସକୁ ବହିଷ୍କାର କରିବା ସହ ଏହାକୁ ପାଳନ ନକରିବାକୁ ନକ୍ସଲ ସଂଗଠନ ଆହ୍ବାନ କରିଛି। ରାସ୍ତା କଡରେ ଥିବା ବଡ ବଡ ଗଛକୁ କାଟି ରାସ୍ତା ଅବରୋଧ କରାଯାଇଛି। ପୁଲିସ ଏନେଇ ସୂଚନା ପାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳକୁ ଯାଇପାରୁନଥିବା ଦେଖିବାକୁ ମିଳିଛି।

ନକ୍ସଲ ସ୍ବାଧୀନତା ଦିବସରେ କେହି ସ୍ବାଧୀନତା ପାଇନଥିବା କହିଛନ୍ତି। କେବଳ ସାମ୍ରାଜ୍ୟବଦା ଏବଂ ପୁଞ୍ଜିପତି ମାନେ ହିଁ ସ୍ବାଧୀନତା ପାଇଥିବା କହିଛନ୍ତି। ଲୋକେ ଆଜି ବି ଅତି ଦୟନୀୟ ଭାବେ ବଞ୍ଚି ରହିଥିବା କୁହାଯାଇଛି। ତେଣୁ ଏହି ଦିବସକୁ ବିରୋଧ କରନ୍ତୁ ବୋଲି ସଂଗଠନ ଆହ୍ବାନ ଦେଇଛି। ନକ୍ସଲଙ୍କ ଗତିବିଧିକୁ ଦେଖି ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡିକଡି କରାଯାଇଛି।

ସମ୍ବନ୍ଧିତ ଖବର