ଝିରମ ଘାଟିରେ ହିଂସା ଘଟାଇଥିବା କମାଣ୍ଡର ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଆଜି ୧୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଝିରମ ଘାଟିରେ ହିଂସା ଘଟାଇଥିବା କମାଣ୍ଡର ସମେତ ୧୦ ଜଣ ନକ୍ସଲ ମାଓ ସଂଗଠନର ହାତ ଛାଟି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ମିଲିସିଆ ସଦସ୍ୟ ରହିଛନ୍ତି। ଜଣେ ନକ୍ସଲ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଥିଲା। ଜିଲ୍ଲା ପୁରିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ନକ୍ସଲ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା ସହ ନିରୀହ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। ଏଥିସହ ପୁଲିସର ଘନ ଘନ ଚଢାଉରେ ମଧ୍ୟ ନକ୍ସଲ ବ୍ୟତିବ୍ୟସ୍ତ ହୋଇ ପଡିଲେଣି। ତେଣୁ ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବା ଜାଣି ଏମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇବାକୁ ମନସ୍ଥ କଲେ। ପ୍ରଶାସନ ତରଫରୁ ଏମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର