ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା କିରଣର ଆତ୍ମ ସମର୍ପଣ 

ପୂର୍ବରୁ ସ୍ତ୍ରୀ ତୁଲସା ମଧ୍ୟ କରିଥିଲା ଆତ୍ମସମର୍ପଣ

କୋରାପୁଟ : ମୋଷ୍ଟ ୱାଣ୍ଟେଡ୍‌  ଦୁର୍ଦ୍ଦାନ୍ତ ମାଓ ନେତା ସୋନଲ ମାଡଭି ଓରଫ କିରଣ ଆଜି କୋରାପୁଟ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସଏଫ କମାଣ୍ଡଣ୍ଟ ଏସଏସ ପାନୱାର ଓ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିକଟରେ ଆଜି ସେ ସମର୍ପଣ କରିଛନ୍ତି ।

କିରଣ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ମାଲକାନଗିରି ଜିଲ୍ଲା କୁଡୁଗୁଲୁଗୁମା ଏରିଆ କମିଟିର ସଦସ୍ୟ ଥିଲା  । ୨୦୧୨ରେ ପାମେଡୁ ଏରିଆ କମିଟିର ମାଓ ସଂଗଠନରେ ପାର୍ଟି ମେମ୍ବର ଭାବେ ସାମିଲ ହୋଇଥିଲାବେଳେ ଛତିଶଗଡରେ ମିଲିଟାରୀ ତାଲିମ ନେଇଥିଲା । ନନ୍ଦପୁର, ଗୁମା, ପେଦାବାଇଲ ଏରିଆ କମିଟିରେ ୨୦୧୨ରୁ ୧୦୧୮ ଯାଏ କାମ କରିଛି । ୨୦୧୫ରେ ପ୍ରମୋସନ ପାଇଥିଲାବେଳେ ସେ ଇନସାସ ବନ୍ଧୁକ ଚାଳନାରେ ସିଦ୍ଧହସ୍ତ । ୨୦୧୮ ମସିହାରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଥିଲାବେଳେ ୨୦୧୯ରେ ଜାମିନ ପାଇ ପୁଣି ଥରେ ମାଓବାଦୀ ସଂଗଠନରେ କାମ କରିଥିଲା କିରଣ । ୨୦୧୬ରେ ମାଲକାନଗିରି ଜିଲ୍ଲା ରାମାଗୁଡା ଗୁଳିବିନିମୟ ଘଟଣା, ୨୦୧୫ ବେଜିଂ ଗୁଳିବିନିମୟ ଘଟଣା, ୨୦୧୯ ତିରିଆ ଗୁଳିବିନିମୟ ଘଟଣା, ୨୦୨୦ ତୋଟାଗୁଡା ଗୁଳିବିନିମୟ ଓ ୨୦୨୧ ଚନ୍ଦାମେଟା ଗୁଳି ବିନିମୟ ଘଟଣାରେ ସେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିଥିଲେ । ଆଜି ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ଅବସରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମାଓ ଆତ୍ମ ସମର୍ପଣ ନୀତି ଅନୁଯାୟୀ ଆର୍ଥିକ ସହାୟତା, ଘର ଓ କର୍ମସଂସ୍ଥାନ ଯୋଗାଇଦିଆଯିବ । ଏହା ସହିତ ସେ ତାଙ୍କ ସ୍ତ୍ରୀ ତୁଲସା ହୁଇକା ଏକାଠି ରହିବେ ବୋଲି ଡିଆଇଜି କହିଛନ୍ତି ।  ପୂର୍ବରୁ  ତୁଲସା କୋରାପୁଟ ପୁଲସ ନିକଟରେ ଆତ୍ମ ସମର୍ପଣ କରିସାରିଛନ୍ତି ।

ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ କିରଣ ଏକା ସଙ୍ଗେ ହିନ୍ଦୀ, ତେଲଗୁ, ଇଂରାଜୀ, ଓଡ଼ିଆ, କୁଇ ଓ ଛତିଶଗଡି ଭାଷାରେ ଉଭୟ କହିବା, ଲେଖିବା ସହ ପଢି ପାରୁଥିଲେ । ତେଣୁ ଏହାକୁ ନେଇ ଉଭୟ ତେଲଗୁ ଓ ଛତିଶଗଡ କ୍ୟାଡରଙ୍କ ସହ ଭେଦଭାବ କରୁଥିଲେ । ଭାଷା ସହ ଚାଲି ଚଳନକୁ ନେଇ ମୁଖ୍ୟ କ୍ୟାଡର ମାଓବାଦୀମାନେ ହଇରଣ ହରକତ କରୁଥିଲେ । ଦୀର୍ଘ ବର୍ଷ ଧରି କାମ କରୁଥିଲେ ମଧ୍ୟ ପଦନ୍ନୋତି ଦେବାକୁ ପଛଘୁଞ୍ଚା ହେଉଥିଲେ । ସବୁ ସମୟରେ ଭାଷା, ଚାଲିଚଳନ ଓ ଜାତିକୁ ନେଇ ମତଭେଦ ଉପୁଜୁଥିଲା । ଏଥିରେ ଅତିଷ୍ଠ ହୋଇ  ଦଳ ଛାଡିଥିଲା ବୋଲି କିରଣ ପୁଲିସ ନିକଟରେ ମାନିଛି । ଏହାସହ କୋରାପୁଟ, ମାଲକାନଗିରିରେ ବିଏସଏଫ କ୍ୟାମ୍ପ ଓ ପୁଲିସ ଷ୍ଟେସନ ପ୍ରତିଷ୍ଠା ହେବାରୁ ମାଓ ଗତିବିଧି କରିବାରେ ସମସ୍ୟା ହେଉଥିଲା । ଉଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ଯୋଗୁଁ ସମ୍ମୁଖରେ ତୃଣମୁଳ କର୍ମୀଙ୍କୁ ରଖି ବଡ଼ ନେତା ଖସି ଯାଉଥିଲେ । ଗୁଳିବିନିମୟ ବେଳେ ଏହି କର୍ମୀମାନେ ମୃତ୍ୟୁବରଣ କରୁଥିବାବେଳେ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ତେଲଗୁ ଓ ଛତିଶଗଡ କ୍ୟାଡର ଖସି ପଳାଉଥିଲେ ବୋଲି ସେ ମାନିଛନ୍ତି ।

ସମ୍ବନ୍ଧିତ ଖବର