ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ!, ହାଇଆଲର୍ଟରେ ପୁଲିସ

ରାଉରକେଲା: ‘ଗୀତାଞ୍ଜଳି ଏକ୍ସପ୍ରେସ’କୁ ମାଓବାଦୀଙ୍କ ଟାର୍ଗେଟ କରିଛନ୍ତି। ମାଓବାଦୀମାନେ ଏହି ଏକ୍ସପ୍ରେସରେ ବଡ ଧରଣର ଅଘଟଣ ଘଟାଇ ପାରନ୍ତି। ଏପରି ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଓ ସିଆରପିଏଫ ହାଇଆଲର୍ଟରେ ଅଛି।

ପୁଲିସକୁ ସୂଚନା ମିଳିଥିଲା ଯେ, ୩ ଜଣ ମାଓବାଦୀ ଗୀତାଞ୍ଜଳି ଏକ୍ସପ୍ରେସକୁ ୮ ତାରିଖରୁ ୧୧ ତାରିଖ ମଧ୍ୟରେ ମହଲିମୁରୁମ ଅଞ୍ଚଳରେ କ୍ଷତି ପହଞ୍ଚାଇବା ଯୋଜନାରେ ଅଛନ୍ତି। ତେବେ ପରେ ୭ ତାରିଖରୁ ଝାଡଖଣ୍ଡ ପୁଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ମାଓ ହମଲା ନେଇ ସୂଚନା ମିଳିବା ପରେ ମହଲିମୁରୁମ ଅଞ୍ଚଳ ସହ ଖାରଶବା ତଥା ସିନିରେ ଆଲର୍ଟ କରାଯାଇଛ। ଏହି ଟ୍ରେନଟି ରାଉରକେଲା ଦେଇ ଯିବାକୁ ଥିବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଉରକେଲା ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର