ନବବର୍ଷରେ ଗଛ କାଟି ରାସ୍ତାରେ ପକାଇଲେ ନକ୍ସଲ, ବସ୍ତର ଟାଇଗର୍ସରେ ଭର୍ତ୍ତି ନହେବାକୁ ଦେଲେ ଚେତାବନୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ପୁଣି ନକ୍ସଲ ବ୍ୟାନର ମାରିବା ସହ ରାସ୍ତାରେ ଗଛ କାଟି ପକାଇ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି। ରାସ୍ତାରେ ଗଛ ପଡିଥିବାରୁ ଯାନବାହାନ ମଧ୍ୟ ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ନବବର୍ଷର ପ୍ରଥମ ଦିନରେ ନକ୍ସଲ ଏଭଳି ଲୋକଙ୍କୁ ଆତଙ୍କିତ କରିଛନ୍ତି। ରାସ୍ତାରେ ମରାଯାଇଥିବା ବ୍ୟାନରରେ ବସ୍ତର ଟାଇଗର୍ସରେ ଯୁବକଯୁବତୀ ଭର୍ତ୍ତି ନହେବାକୁ ଚେତାବନୀ ଦେଇଛନ୍ତି।

ଯଦି ଏଥିରୁ ନିବୃତ ନ ରୁହନ୍ତି ତେବେ ପରିସ୍ଥିତି ଭୟାନକ ହେବ ବୋଲି ଧମକ ଦେଇଛନ୍ତି ନକ୍ସଲ। ଏହି ଖବର ପ୍ରଚାର ହେବା ପରେ ସୁରକ୍ଷାକର୍ମୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର