ଗୁମୁଡ଼ୁମାହା ଗୁଳିକାଣ୍ଡ ସମୟରେ ଅଟୋ ଚଳାଉଥିବା ଡ୍ରାଇଭରଙ୍କ ବାପାଙ୍କୁ ଗୁଳିମାରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଆଜି ସକାଳେ ମାଓବାଦୀମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  କନ୍ଧମାଳ ଓ କଳହାଣ୍ଡିରୁ ଦୁଇଟି ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ମୃତ ମୋହନ ହେଉଛନ୍ତି ୨୦୧୬ ମସିହାରେ ଗୁମୁଡୁମାହା ଗୁଳିକାଣ୍ଡ ସମୟରେ ଅଟୋ ଚଳାଉଥିବା ଡ୍ରାଇଭର ଜହନଙ୍କ ବାପା।
ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲ ନିକଟସ୍ଥ ଗୁମୁଡ଼ୁମାହା ନିକଟରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ସମୟରେ ଅଟୋରେ ଯାଉଥିବା ୫ ଜଣ ନିରିହ ଲୋକଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଥିଲେ। ଅନ୍ୟ ୩ ଜଣ ମଧ୍ୟ ଏଥିରେ ଆହତ ହୋଇଥିଲେ। ମୃତାହତମାନେ ଜହନଙ୍କ ଅଟୋରେ ବାଲିଗୁଡ଼ାରୁ ଗୁମୁଡ଼ାମାହା ଯାଉଥିବା ବେଳେ ପୁଲିସ- ମାଓବାଦୀ ଗୁଳ ିମିନିମୟରେ ଫସି ଯାଇଥିଲେ। ଏଥିରେ ଜହନଙ୍କ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଆଜି ମାଓବାଦୀମାନେ ଜହନଙ୍କ ବାପାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଇନ୍‌ଫରମର ସନ୍ଦେହରେ ସେମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର