ମାଲକାନଗିରି:ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍ର ବାପଲର ସବ୍ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟରଙ୍କୁ ଗତକାଲି ରାତିରେ ଗଳାକାଟି ହତ୍ୟା କରାଯାଇଛି। ପୁଲିସ ଇନ୍ଫରମର ସନ୍ଦେହରେ ମାଓବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାପଲର ଗାଁର ନାରାୟଣ କୁଳସିକା ସେହି ଗ୍ରାମରେ ଥିବା ସବ୍ ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରନ୍ତି। ଗତ କିଛି ଦିନ ହେବ ମାଓବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାରୀ କର୍ମଚାରୀ ଶ୍ରୀ କୁଳସିକା ପୁଲିସକୁ ମାଓବାଦୀଙ୍କ ସମ୍ପର୍କରେ ସୂଚନାଦେବା ସହିତ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ ବୋଲି ମିଥ୍ୟା ଅଭିଯୋଗ କରି ଆସୁଥିଲେ। ଗତକାଲି ରାତିରେ ଶ୍ରୀ କୁଳସିକା ଘରେ ଥିବା ବେଳେ ୨୦ରୁ ଊର୍ଧ୍ୱ ମାଓବାଦୀ ଘରେ ପଶି ତାଙ୍କୁ ବାହାରକୁ ଭିଡି ନେବା ସହିତ ପ୍ରଜାକୋର୍ଟ କରି ତାଙ୍କ ଗଳାକାଟି ହତ୍ୟା କରିଛନ୍ତି। ଅତି ନୃଶଂସଭାବେ ଶ୍ରୀ କୁଳସିକାଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ମୃତଦେହ ଫିଙ୍ଗିଦେଇ ପଳାଇ ଯାଇଛନ୍ତି।
ସଚନାଯୋଗ୍ୟ ଯେ ବାପଲର ଅଞ୍ଚୁଳଟି ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ସୂଚନା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାପଲର ଗାଁର ପହଞ୍ଚି ପାରି ନାହିଁ। ପରିବାର ଲୋକେ ମୃତଦେହ ପାଖରେ ଜଗି ରହିଛନ୍ତି।
ମାଲକାନଗିରି: ପୋଷ୍ଟମାଷ୍ଟରଙ୍କ ତଣ୍ଟିକାଟି ହତ୍ୟା
/sambad/media/post_attachments/wp-content/uploads/2018/08/Murder-Graphic_Sword.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)