ମାଲକାନଗିରି: ଗତକାଲି ରାତିରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଜନ୍ଦ୍ରାଗୁଡ଼ା ଗ୍ରାମର ମୁୟା କବାସି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପ୍ରାୟ ୨୦ରୁ ଉର୍ଧ୍ୱ ମାଓବାଦୀ ତାଙ୍କ ଘରେ ପଶି ତାଙ୍କୁ ଯୋର ଜବରଦସ୍ତ ଘରୁ ଟାଣି ଟାଣି ନେଇଥିଲେ। ପରେ ସେମାନେ ଘର ଠାରୁ କିଛିଦୂରରେ ଥିବା ଗୁଲିଚାଗୁଡ଼ା ଠାରେ ତାଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ମୃତଦେହ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ଆଜି ସକାଳୁ ମୃତ ଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।