୧୩ ତାରିଖରେ ଜତିନ ଦାସଙ୍କ ଶ୍ରାଦ୍ଧଦିବସ ନେଇ ନକ୍ସଲଙ୍କ ଆହ୍ବାନ

ମାଲକାନଗିରି: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ମାଲକାନଗିରି-କୋରାପୁଟ ବଡର ଡିଭିଜନ ପକ୍ଷରୁ ଆସନ୍ତା ୧୩ ତାରିଖେ ଜତିନ ଦାସଙ୍କ ମୃତ୍ୟୁ ବାର୍ଷିକୀ ପାଳନ ନେଇ ନକ୍ସଲ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରେସ ବିଜ୍ଞପ୍ତରେ ଉଲ୍ଲେଖ କରାଯାଇଛି ଯେ ଆସନ୍ତା ୧୩ ତାରିଖରେ କମ୍ରେଡ ଜତିନ ଦାସଙ୍କ ମୃତ୍ୟୁ ବାର୍ଷିକୀ। ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ ବିରୋଧରେ ସେ ଲଢି ଜାତୀୟ ବିପ୍ଳବୀ ମାନଙ୍କ ମଧ୍ୟରୁ କମ୍ରେଡ ହୋଇ ଲାହୋର ଜେଲରେ ନିଜର ଅଧିକାର ପାଇଁ ଲଢେଇ କରିଥିଲେ। ସେ ପାଣି ମୁନ୍ଦାଏ ମଧ୍ୟ ନଛୁଇଁ ୬୪ ଦିନ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିଥିଲେ।

ଆଜି ବି ସେ ଜଣେ ମହାନ ବିପ୍ଳବୀ ଯିଏ ଶୋଷଣକାରୀ ଅନ୍ୟାୟ ବିରୁଦ୍ଧରେ ଲଢେଇ କରୁଥିବା ଶକ୍ତି ପାଇଁ ଏକ ଆଦର୍ଶ ଅଟନ୍ତି। ସେପ୍ଟେମ୍ବର ୧୩ ରେ ତାଙ୍କ ମୃତ୍ୟୁ ଅବସରରେ ତାଙ୍କୁ ସ୍ମରଣ କରିବା ଅର୍ଥ ହେଉଛି ଆଜି ଦେଶର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନିର୍ଦ୍ଦୟ ଫାସିବାଦର ଶିକାର ହୋଇଥିବା ଏବଂ ଜେଲର କଏଦୀମାନଙ୍କ ସମର୍ଥନରେ କଠୋର ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି କରିବା। ସିପିଆଇ (ମାଓବାଦୀ) ଏବଂ ମାଲକାନଗିରି-କୋରାପୁଟ ସୀମା ବଡର କମିଟି ପକ୍ଷରୁ ଆହ୍ବାନ କରାଯାଉଛି ଯେ ଜେଲରେ ବନ୍ଦୀ ଥିବା କୈଦୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଦେଶରେ ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫାସିଷ୍ଟ ବିଜେପି ସରକାର କ୍ଷମତାକୁ ଆସିବା ପରେ ଧାର୍ମିକ ସଂଖ୍ୟାଲଘୁ, ଅଧିକାର କର୍ମୀ, ସମାଜସେବୀ, ଅନୁସୂଚିତ ଜାତି ତଥା ସଂଗ୍ରାମୀ ସଂଗଠନକୁ ଆତଙ୍କବାଦୀ, ଦେଶଦ୍ରୋହୀ ତଥା ସହରୀ ମାଓବାଦୀ ଭାବରେ ନାମିତ କରାଯାଇଥିଲା ଏବଂ ସେହି ସଂଗଠନରେ କାର୍ଯ୍ୟ କରୁଥିବା ଦଶଜଣ କାର୍ଯ୍ୟକର୍ତ୍ତାଙ୍କୁ ରଖାଯାଇଥିଲା।

ସମ୍ବନ୍ଧିତ ଖବର