ମାଲକାନଗିରି: ମାଲକାନଗିରି ଜିଲ୍ଲା୍ ସୀମା ସୁରକ୍ଷା ବଳ (ବିଏସଏଫ) ତରଫରୁ ଭାରତର ୭୫ ତମ ସ୍ବାଧୀନତା ବାର୍ଷିକ ଦିବସ ପାଳନ ଉପଲକ୍ଷେ ୦୨ ସେପ୍ଟେମ୍ବର ୨୦୨୨ ରେ “ରନ୍ ଅପ୍ ଟୁ ଟିଚର୍ସ ଡ଼େ” କାର୍ଯ୍ୟକ୍ରମ ଅବସରରେ ମାରାଥନ ଦୌଡ ସ୍ବାଭିମାନ ଅଂଚଳର ଯଡାମ୍ବଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଏସଏଫର ଟୁଵାସି ସଂଜୟ ଦାସ, ଏସଡିପିଓ ଅଂଶୁମାନ ଦ୍ବିବେଦୀ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ଖିଲ, ସରପଞ୍ଚ ପିଙ୍କି ହନ୍ତାଳ, ସରପଞ୍ଚ ଅର୍ଜୁନ ହନ୍ତାଳ, ଦେବେନ୍ଦ୍ର ସିଂ, କମ୍ପାନି କମାଣ୍ଡର, ଇନସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି, ଓଆଇସି ଅନୀଲ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଯୁବକଙ୍କ ମଧ୍ୟରେ ୫ କିଲୋମିଟର, ୩ କିଲୋମିଟର, ୨ କିଲୋମିଟର, ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

Advertisment

publive-image

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସୀମା ସୁରକ୍ଷା ବଳର ସଂଗଠନ, ଏହାର କାର୍ଯ୍ୟକାରିତା ଏବଂ ଜଣେ ସୀମା ପ୍ରହରୀ ଜୀବନ ବିଷୟରେ ଅବଗତ କରାଇବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି, ଜାତୀୟ ଏକାକୀକାରଣ ଏବଂ ଭବିଷ୍ୟତ ବଂଶଧରଙ୍କୁ ମୁଖ୍ୟ ସ୍ରୋତକୁ ଉତ୍ପାଦନକାରୀ ନାଗରିକ ଭାବରେ ପରିଣତ କରିବା। ଏହି ଅବସରରେ ବିଏସ୍ଏଫ୍ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ହ୍ୟାଣ୍ଡ୍ ଗ୍ରେନେଡ୍ ସମେତ ଆସଲ୍ଟ ରାଇଫଲ୍, ୟୁବିଜିଏଲ୍ (ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍), ମୋର୍ଟାର, ଏଲ୍ ଏମ୍ ଜି (ହାଲୁକା ମେସିନ୍ ବନ୍ଧୁକ), ଏମ୍ ଏମ୍ ଜି (ମଧ୍ୟମ ମେସିନ୍ ବନ୍ଧୁକ), ଏଚ୍ ଏଚ୍ ଏମ୍ ଡି (ହ୍ୟାଣ୍ଡ-ହେଲ୍ଡ ମେଟାଲ୍ ଡିଟେକ୍ଟର୍ସ) ସହିତ ଥର୍ମାଲ୍ ଇମେଜିଙ୍ଗ୍ ଡିଭାଇସ୍ ଏବଂ ନାଇଟ୍-ଭିଜନ୍ ଉପକରଣ ଲକ୍ଷ୍ମୀପୁର ସରକାରୀ କଲେଜରେ ପ୍ରଦର୍ଶନ କରିଥିଲା।

ଏକ ଡଗ୍ ସୋ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଦେଶର ସୁରକ୍ଷା ପାଇଁ ବିଏସ୍ଏଫ୍ କେତେ ପ୍ରତିବଦ୍ଧ ତାହା ଦେଖା ଯାଇଥିଲା ଏବଂ ତାଲିମପ୍ରାପ୍ତ କୁକୁରମାନେ ବିଏସ୍ଏଫ୍ କୁ କିପରି ସହାୟତା କରନ୍ତି ଏହି ବିଷୟରେ ସଚେତନ କରାଯାଇଥିଲା। ଇଭେଣ୍ଟ ପରେ ବିଏସଏଫର ଅଧିକାରୀମାନେ ସ୍ଥାନୀୟ ଛାତ୍ରଛତ୍ରୀ ଏବଂ ଯୁବକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ ସଶସ୍ତ୍ର ବାହିନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ବିଏସଏଫରେ ମହିଳାଙ୍କ ପାଇଁ ଉପଲବ୍ଧ ସୁଯୋଗ, ଅନ୍ତର୍ଜାତୀୟ ସୀମାରେ ସେମାନଙ୍କର ଭୂମିକା ଏବଂ ନିୟୋଜନ ଉପରେ ଅବଗତ କରିଥିଲେ।