ଚଢେଇଧରା: ଧର୍ମଶାଳା ତହସିଲ ଅଧୀନ ବଳରାମପୁର- ୧ ଓ ଡଙ୍କାରୀ ମୌଜାରୁ ବ୍ୟାପକ ମୋରମ ଲୁଟ ଚାଲିଛି। ଲୁଟ୍‌ ହେଉଥିବା ମାଟି,ମୋରମ୍‌ ରେଳ ବିଭାଗ କାର୍ଯ୍ୟରେ ଲାଗୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପୂର୍ବତଟ ରେଳପଥର ଜେନାପୁର ଓ ନୂଆ ମଧୁପୁରଗଡ଼ ରେଳଷ୍ଟେସନ ମଝିରେ ସୁକୁଟିଝର ନିକଟରେ ରେଳବାଇ ଠିକାଦାର ପକ୍ଷରୁ ଏକ ଷ୍ଟାକୟାର୍ଡ କରାଯାଇଛି l ଯେଉଁଠି ବାଲି ଓ ମୋରମକୁ ମିଶାଇ ଜେନାପୁର ଆଡୁ ରେଳଲାଇନ ସୁରକ୍ଷା ଓ ସମ୍ପ୍ରସାରଣ କାମ କରାଯାଉଛି l

Advertisment

ଏଥିଲାଗି ଆବଶ୍ୟକ ମାଟି ଓ ମୋରମ ଲାଗି ଧର୍ମଶାଳା ତହସିଲ ପକ୍ଷରୁ କୌଣସି ଅନୁମତି ନେଇ ନାହିଁ ସମ୍ପୃକ୍ତ ଠିକା ସଂସ୍ଥା। ଅନ୍ୟପକ୍ଷରେ ଠିକାଦାର କିଛି ସ୍ଥାନୀୟ ଯୁବକଙ୍କୁ ନିୟୋଜିତ କରି ସରକାରୀ ଜାଗାରୁ ମୋରମ ତାଡ଼ି ନେଉଛି l ଗତ ଦୁଇ ସପ୍ତାହ ହେବ ଇଚ୍ଛାପୁର, କୃଷ୍ଣଚନ୍ଦ୍ରପୁର, ଲୁଣିବର , କାଲୁଣି ଗୋଡ଼ା ଓ ଗୟାସlହି ମୌଜାରୁ ହିଟାଚି ଓ ଜେସିବି ମେସିନ ବ୍ୟହାର କରି ମୋରମ୍‌ ଖୋଳିବା ପରେ ପ୍ରାୟ ୩୦ଟ ହାଇୱାରେ ରାତିରେ ଚାଲାଣ ହେଉଛି। ଦିନରେ ଠିକାଦାର ସେହି ମୋରମ୍‌ରେ ବାଲି ମିଶାଇ ରେଳପଥ କାମରେ ଳଗାଉଛନ୍ତି। ଧର୍ମଶାଳା ତହସିଲ ଅଞ୍ଚଳରୁ ମୋରମ୍‌ ଲୁଟ୍‌ ହେଉଥିବା ବେଳେ ବେଳେ ଢେଙ୍କାନାଳ ଜିଲ୍ଲାର ଏକ ସରକାରୀ ମୋରମ ଖାଦାନର ଜାଲ କାଗଜଜୁ ଢାଲ କରାଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।