ଆଜି ପଡ଼ିଥା’ନ୍ତା ହାତଗଣ୍ଠି; ବିବାହ ଭାଙ୍ଗିଦେଲା ନଗ୍ନ ଭିଡିଓ, ଯୁବକ ଗିରଫ

ବନ୍ତଳା: ରାତି ପାହିଥିଲେ ପଡ଼ିଥା’ନ୍ତା ହାତଗଣ୍ଠି। ଜୀବନସାଥୀ ସହ ଘର ସଂସାର କରିବାକୁ ଯାଇଥା’ନ୍ତେ ଯୁବତୀ। ତଥାକଥିତ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଯୁବତୀଙ୍କ ଏହି ସ୍ବପ୍ନ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଥାନାରେ ଅଭିଯୋଗକ୍ରମେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି।  ପୁଲିସ ସୂତ୍ରରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ ଯୁବତୀ ସହ ଜଣେ ଯୁବକଙ୍କ ବିବାହ ରବିବାର ହେବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ଉଭୟ ପରିବାର ପକ୍ଷରୁ  ପ୍ରସ୍ତୁତି ଶେଷ ହୋଇଥିଲା। ଏହି ଯୁବତୀଙ୍କର ଏକ ନଗ୍ନ ଭିଡିଓ ତାଙ୍କ ଭାବିସ୍ବାମୀଙ୍କ ହାତରେ ପଡ଼ିଲା। ଯୁବତୀଙ୍କ ସହ ପ୍ରେମସଂପର୍କ ରଖିଥିବା ଏହି ଥାନା ଅଞ୍ଚଳର ଜଣେ ଯୁବକ ଉକ୍ତ ନଗ୍ନ ଭିଡ଼ିଓ ତାଙ୍କୁ ଦେଖାଇଥିଲେ। ଫଳରେ ଯୁବତୀଙ୍କ ବିବାହ ଭାଙ୍ଗିଯାଇଛି। ଯୁବତୀଙ୍କ ପରିବାର ସଦସ୍ୟ ଏ ସଂପର୍କରେ ଥାନାରେ ଅଭି‌ଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଭିଡିଓ ଦେଖାଇଥିବା ଯୁବକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର