ବିବାହ: ହଜାରେ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ବନ୍ଦ କଲା ପ୍ରଶାସନ

ଘଟଗାଁ: ଅନୁମତି ଢାଲ କରି ଘଟଗାଁ ଅଞ୍ଚଳରେ କେତେକ ବିବାହ ଭୋଜି ବେଶ ଜାକଜମକରେ କରାଯାଉଥିବା ବେଳେ ୫ଶହରୁ ହଜାରେ ଲୋକଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ଖବର ପାଇଁ ପ୍ରଶାସନ ଚଢ଼ଉ କରି ୩ଟି ବିବାହ ଭୋଜି ଉପରେ ରୋକ୍ ଲଗାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ଘଟଗାଁ ବ୍ଲକରେ ଦଶରୁ ଅଧିକ ବିବାହ ଭୋଜି ଅନୁଷ୍ଠିତ ହୋଇଯାଇଛି। ସେମାନଙ୍କ ମଧରୁ ଅଧିକାଂଶ ବ୍ୟକ୍ତି ପ୍ରଶାସନ ଠାରୁ ଆବଶ୍ୟକ ଅନୁମତି ନେଇଥିବା ଜଣାଯାଇଛି। ମାତ୍ର ଏହା ସେମାନଙ୍କ ପାଇଁ ଏକ ଢାଲ ବା ବାହାନା ବୋଲି ଜଣାଯାଇଛି। କିଏ ୫ଶହ ତ ଆଉ କିଏ ହଜାରେ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିଛନ୍ତି। ବଡ଼ ଜାକଜମକରେ ଟେଣ୍ଟ ବି ମରାଯାଇଛି। ଆୟଆୟୋଜନ ବି ସେମିତି ହୋଇଛି। ଖବର ପାଇଁ ଏବିଡିଓ ଚିତ୍ତରଂଜନ ନୟକ, ଘଟଗାଁ ତହସିଲଦାର ଜନକ ନାୟକ ଢେଙ୍କିକୋଟ, ବାଟହରିଚନ୍ଦନପୁର ଓ ଘଟଙ୍ଗାରେ ଚଢ଼ଉ କରି ତିନୋଟି ବିବାହ ଭୋଜି ବନ୍ଦ କରିବା ସହିତ ଟେଣ୍ଟ ଭାଙ୍ଗି ଦେଇଛନ୍ତି। ଖାଲି ସେତିକି ନୁହେଁ ଆଜି ଏକ ବୈଠକରେ ତିନି ଜଣିଆ କମିଟି କରାଯାଇଛି। ଉକ୍ତ କମିଟିରେ ତିନି ଜଣ ଲେଖାଏଁ କର୍ମଚାରୀଙ୍କୁ ରଖାଯାଇ ଏକ ଗ୍ରୁପ କରାଯାଇଛି। ସେମାନେ ପ୍ରତେକ ଦିନ ବିଭିନ୍ନ ପଞ୍ଚଯାତରେ କାହାର ବିବାହ ବ୍ରତ, ଶୁଦ୍ଧିକ୍ରିୟା ଓ ଆନନ୍ୟ ସାମାଜିକ କାର୍ଯ୍ୟ ଉପରେ ନଜର ରଖି ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର