ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ଦିନ ମଜୁରିଆ ଯୁବତୀଙ୍କୁ ଜଣେ ବିବାହିତ ରାଜମିସ୍ତ୍ରୀ ପ୍ରେମ ସଂପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ କାଳିଆଗାଁ ନିକଟସ୍ଥ ଫାସୀଗୁଡାର ଅଜୟ ବାଘ ନାମକ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ।
ମିଳିଥିବା ସୂଚନା ମୁତାବକ, ଜୟପୁର ବ୍ଲକର କାଳିଆଗାଁ ନିକଟସ୍ଥ ଫାସୀଗୁଡ଼ା ଗାଁର ଅଜୟ ବାଘ ଜୟପୁର ସହରରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା । ସେ ଟାଉନଥାନା ଅଂଚଳର ଜୈନେକା ଯୁବତୀଙ୍କୁ ନିଜ ସହ ଦିନ ମଜୁରିଆ ଭାବେ କାମ କରାଉଥିଲା । କାମ କରିବା ସମୟରେ ଗତ ଏପ୍ରିଲ ମାସରେ ସେ ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରିଥିଲା । ଏପ୍ରିଲ ମାସର ଶେଷ ସପ୍ତାହରେ ତାଙ୍କୁ ଫାସୀଗୁଡା ଗାଁକୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ନେଇଥିଲା ।
ଯୁବତୀଙ୍କ ଇଛା ବିରୋଧରେ ଶାରିରୀକ ସଂପର୍କ ରଖିଥିଲା । ସେଠାରେ ଯୁବତୀ ରହିବା ମଧ୍ୟରେ ଅଭିଯୁକ୍ତ ଅଜୟ ବିବାହିତ ବୋଲି ସେ ଜାଣିବାକୁ ପାଇଥିଲେ। ସେ ସେଠାରୁ ଜୟପୁର ପଳାଇ ଆସିଥିଲେ। ଅଜୟ ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ ବେଳେ ଉଠାଇଥିବା କିଛି ଅନ୍ତରଙ୍ଗ ମୂହର୍ତ୍ତର ଫଟୋ ଗୁଡ଼ିକୁ ତାଙ୍କୁ ଓ ତାଙ୍କ ଭାଇଙ୍କ ନିକଟକୁ ପଠାଇ ବ୍ଲାକ ମେଲିଂ କରିଥିଲା । ଯୁବତୀ ଜଣକ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ଆଇଆଇସି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଉଭୟଙ୍କ ଡାକ୍ତରୀ ମାଇନା କରି ଆଜି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଟାଉନଥାନା ଆଇଆଇସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/arrest-new-indian-express.jpg)