ବୌଦ୍ଧ: ଚିତି ସାପ କାମୁଡାରେ ମହିଳା ମୃତ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ମଧୁପୁର ଗ୍ରାମର ଜଣେ ମହିଳା ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ମଧୁପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହୀଙ୍କ ପତ୍ନୀ ରାଧା ଦେବୀ ପାଣିଗ୍ରାହୀ (୩୨ ବର୍ଷ)ଙ୍କୁ ବିଷଧର ଚିତି ସାପ କାମୁଡି ଦେଇଥିଲା l ଘରେ କିଛି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି l ମୃତ ରାଧା ଦେବୀଙ୍କ ଦୁଇଟି ଛୋଟ ଛୋଟ ପୁଅ ଝିଅ ଅଛନ୍ତି l ସେ ଏକ ଗରିବ ପରିବାର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ବାବି ହେଉଛି l
ସମ୍ବନ୍ଧିତ ଖବର