ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ଗୋଲାମୁଣ୍ତା: କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ୍‌ କେଗାଁ ଥାନା ଚପ୍ରିଆ ଗ୍ରାମରେ ଜଣେ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଅଭିଯୋଗନୁସାରେ କେଗାଁ ଥାନା ପଦ୍ମପୁର ଗ୍ରାମର ଦୈତାରୀ ଚନ୍ଦନଙ୍କ ଝିଅ ପ୍ରେମଶିଳା ଚନ୍ଦନ ୫ବର୍ଷ ତଳେ ଚପ୍ରିଆ ଗ୍ରାମର କୁମର ଗହୀରଙ୍କ ପୁଅ କ୍ଷୀରସିନ୍ଧୁ ଗହୀରଙ୍କୁ ବିବାହ କରିଥିଲେ। ବିବାହ ପରେ ପ୍ରେମଶିଳାଙ୍କୁ ଯୌତୁକ ପାଇଁ ଗାଳି ଗୁଳଜ ସହିତ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଶନିବାର ସକାଳେ ପ୍ରେମଶିଳା ଆତ୍ମହତ୍ୟା କରିଛି ବୋଲି ସ୍ବାମୀ ଫୋନ୍‌ କରି ତାରା ବାପ ଘର ଲୋକଙ୍କୁ କହିଥିଲା।

ଅନ୍ୟପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଝିଅ ୫ମାସର ଗର୍ଭବତୀ ଥିଲା; ସେ କିପରି ଓ କାହିଁକି ଆତ୍ମହତ୍ୟା କରିବ ବୋଲି କହିଛନ୍ତି। ଏନେଇ ଝିଅର ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ବର୍ତ୍ତମାନ ଦାୟିତ୍ବରେ ଥିବା କେଗାଁ ଥାନା ଆଇଆଇସି ଯୁଗଳ ଶବର, ଅତିରିକ୍ତ ତହସିଲଦାର ପ୍ରଭାସ ବୋଡାକଙ୍କ ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଜରିଆରେ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର