ବୀରଚକ୍ର ଯବାନ ସହିଦ ନୁଦୁରାମଙ୍କ ସହିଦ ଦିବସ ପାଳିତ

ରାଇରଙ୍ଗପୁର: ସହିଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମୋଚିରାମ ମାଝୀଙ୍କ ସଭାପତିତ୍ଵରେ ଓ ଟ୍ରଷ୍ଟର ପ୍ରତିଷ୍ଠାତା ମନରଂଜନ ହାଁସଦାଃଙ୍କ ଆବାହକତ୍ଵରେ ସହିଦ ନୁଦୁରାମଙ୍କ ପୈତୃକ ଗ୍ରାମ ବଡ ଚମ୍ପାଉଦାଠାରେ ଚତୁର୍ଥ ବାର୍ଷିକ ସହିଦ ଦିବସ ପାଳିତ ହୋଇଯାଇଛି। ସହିଦଙ୍କ ବଂଶଜବୃଦ୍ଧା ରୂପି ସୋରେନଙ୍କ ବିୟୋଗର ଅନ୍ତ୍ୟଷ୍ଟିକ୍ରିୟା ସମାପନ ହୋଇନ ଥିବାରୁ ସାନ୍ତାଳ ପରମ୍ପରା ଅନୁସାରେ ପୁଷ୍ପମାଲ୍ୟ ଅର୍ପଣ ବିଧିସମ୍ମତ ନ ଥିବାରୁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନିରାଡମ୍ବର ଭାବେ ଶୋକ ଦିବସଟି ପାଳନ କରାଯାଇଛି।
ଟ୍ରଷ୍ଟର ବରିଷ୍ଟ ସଦସ୍ୟ ଆବାହକ ବିଜୟ କୁମାର ରାମ ସହିଦଙ୍କ ଗଲବାନ ଘାଟିରେ ବୀରତ୍ଵର ପରାକାଷ୍ଟା ସମ୍ବନ୍ଧରେ ଦୃଷ୍ଟିଆକର୍ଷଣ କରିଥିଲେ। ଟ୍ରଷ୍ଟର ପ୍ରତିଷ୍ଠାତା ମନୋରଂଜନ ହାଁସଦାଃ ସହିଦଙ୍କ ପ୍ରେରଣାଦାୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ବରିଷ୍ଟ ସଦସ୍ୟ ପ୍ରତାପଚନ୍ଦ୍ର ହେମ୍ବ୍ରମ, ମେଜର ମହେନ୍ଦ୍ରନାଥ ମହାନ୍ତ, ରବୀନ୍ଦ୍ର କୁମାର ମୁଖୀ, ରଂଜନ କୁମାର ନନ୍ଦ, ଡାକ୍ତର ଦିଗମ୍ବର ଗିରି ତାଙ୍କର ବକ୍ତବ୍ୟରେ ସହିଦଙ୍କ ଜୀବନ ପ୍ରେରଣାର ଶ୍ରୋତ ବୋଲି କହିଥିଲେ। ଗ୍ରାମବାସୀ ସଦସ୍ୟଗଣ ଏହି ଶୋକସଭାରେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଟ୍ରଷ୍ଟର ସଦସ୍ୟ ଗୋପାଳକୃଷ୍ଣ ମହାନ୍ତି ନିଜ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବନ୍ଧିତ ଖବର