ଅମ୍ବାଭୋନା: ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୁଆଁଗଡ ଗ୍ରାମର ଟୁପେଶ୍ବର ଭୁଏ( ୩୦) ଜମ୍ମୁକାଶ୍ମୀରଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ । ଆଉ ଆଜି ତାଙ୍କର ଜନ୍ମ ମାଟି ନୁଆଁଗଡ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ସମ୍ଫନ୍ନ ହୋଇଛି । ସର୍ବପ୍ରଥମେ ତାଙ୍କ ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଜନ୍ମ ମାଟି ନୁଆଁଗଡରେ ପହଞ୍ଚିଥିଲା । ସେ ପାଠ ପଢିଥିବା ନୁଆଁଗଡ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ଗାଁ ରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶୋଭାଯାତ୍ରା ବାହାରିଥିଲା । ସହିଦ ବୀର ଯବାନଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦା ସହିତ ଗାଇଡୁଙ୍ଗୁରୀ ସ୍ଥିତ ଖେଳ ପଡିଆରେ କରାଯାଇଥିଲା ।
ଏହି ଅନ୍ତିମ ସଂସ୍କାରରେ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଅନ୍ତିମ ସଂସ୍କାର ସମୟରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଭଟଲି ତହସିଲଦାର ପ୍ରଶାନ୍ତ କୁମାର ମହାପାତ୍ର, ବିଡିଓ ଧିରେନ୍ଦ୍ର କୁମାର ସେଠୀ, ଆଇଆଇସି ରଂଜିତ ନାଏକ,ଓଏସପି ବରଗଡ ଦୀପକ କୁମାର ଗୋଛାୟତ,ଜିଲ୍ଲା ପରିଷଦ ସଦସ୍ୟ ନିତ୍ୟାନନ୍ଦ ପଧାନ,ଭଟଲି ବ୍ଳକ ଅଧ୍ୟକ୍ଷା ପ୍ରେମାବତୀ ସା,ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସାହୁ,ସମାଜସେବୀ ସୁଶାନ୍ତ ମିଶ୍ର ଆଦି ଉପସ୍ଥିତ ରହି ସହିଦ ବୀର ଯବାନଙ୍କୁ ଶେଷ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
/sambad/media/post_attachments/wp-content/uploads/2021/04/a0833d8d-a79e-49aa-944d-02152a50f2c6-300x216.jpg)
ଶେଷରେ ତାଙ୍କ ଭାତୃପୁତ୍ର ଓମ ଭୁଏ ମୁଖାଗ୍ନି ଦେଇଥିଲେ । ସହିଦ ଯବାନ ଟୁପେଶ୍ବର ଭୁଏ ନୁଆଁଗଡ ଗ୍ରାମ ର ବାପା ଟଙ୍କଧର ଭୁଏ ଓ ମାତା ମୁଖି ଭୁଏଙ୍କ ଔରସରୁ ୧୯୯୦ମସିହା ସେପ୍ଟେମ୍ବର ୧୦ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୦୯ମସିହାରେ ସର୍ବ ପ୍ରଥମେ ୬୩ ଆର ଆର ବିହାର ରେଜିମେଣ୍ଟ ସେନାବାହିନୀରେ ଯୋଗ ଦେଇଥିଲେ । ସେଠାରେ ୪୦୨ ଲାଇଟ ଏୟାର ଡିଫେସନ ରେଜିମେଣ୍ଟରେ ଜାମ୍ମୁ କାଶ୍ମୀର ରାଜୋରୀଠାରେ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Tupeswars-National-Dignity-at-His-Birth-Place_Thumbnail.jpg)