ମାସ୍କ ଓ ସାବୁନ୍‌ ବାଣ୍ଟିଲା ଯାତ୍ରା କଳାକାର ସଂଘ

ବାଲେଶ୍ୱର: କରୋନାରୁ ମୁକ୍ତି ପାଇବା ପାଇଁ ବାଲେଶ୍ୱର କଳାକାର ସଂଘ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଲେନ୍‌ ବସ୍ତିରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

କଳାକାର ସଂଘର ସଂପାଦକ ରାଜେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଓଡ଼ିଶାର ବିଶିଷ୍ଟ ଯାତ୍ରା କଳାକାର ଦୌତାରୀ ପଣ୍ଡା, ଗୌର ଦାସ, ଲୋକନାଥ ଲେଙ୍କା, ବାପି ପଣ୍ଡା, ମନୋରଂଜନ ଦାସ, ଦେବବ୍ରତ ପ୍ରଧାନ, ବିଶୁ ବାଦଶାହା, ମନୋଜ ପାତ୍ର, ବିଜୟ ମହାକୁଡ଼, ଅମୃତାଂଶୁ ପଟ୍ଟନାୟକ, ପୁରୁଷୋତ୍ତମ ଜେନା, ରାମେଶ୍ୱର ଦାସ, ହେମନ୍ତ ବେହେରା, ସୁଶାନ୍ତ ଶତପଥୀ,ଜ୍ୟୋତିରଂଜନ ରାଉତ, ରାଜେଶ ଦାଶ, ଭରତ ଜେନା, ବ୍ରଜ ଷଡ଼ଙ୍ଗୀ, ଲକ୍ଷ୍ମୀ ଘୋଷ, ଶଙ୍କର ଦାସ, ସନ୍ତୋଷ କାମିଳା, ଭବେନ୍ଦ୍ରନାଥ, ସବିତା ପାଣିଗ୍ରାହୀ, ପ୍ରଫୁଲ କୁମାର ଘୋଷ, ଶୁଭଙ୍କର ପଣ୍ଡା, ଅଜିତ କୁମାର ପଣ୍ଡା, ମହେଶ ବେହେରାଙ୍କ ସମେତ ବହୁ କଳାକାର ଯୋଗ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ।

ଏହି ଅବସରରେ ଦୁଇଶହ ଲୋକଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଥିଲା। କଳାକାର ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର