ବୀରମହାରାଜପୁର: ଏବେ ସାରା ବିଶ୍ବରେ କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଥିପାଇଁ ଆମ ଦେଶ ଓ ରାଜ୍ୟ ସରକାର ଏଥିରୁ ରକ୍ଷାପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କେତେବେଳେ ଜନତା କର୍ଫ୍ୟୁ ତ କେତେବେଳେ ଲକ୍ ଡାଉନ ବା ସଟ୍ ଡାଉନ୍ । ଏସବୁ ସତ୍ତ୍ୱେ ଏବେ ସାରା ଦେଶରେ ସାମାଜିକ ଦୁରତା ସହିତ ସାବୁନ୍ ସେନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ।
ଏବେ ସବୁଠାରୁ ଗୁରୁତ୍ୱ ଦିଆଯାଇଛି ମାସ୍କ ବ୍ୟବହାର ଉପରେ । ସେଥିପାଇଁ ବିନା ମାସ୍କ ରେ ବାହାରକୁ ବାହାରିଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରୁଛି ପ୍ରଶାସନ । ଏବିଷୟରେ ଆମ ପ୍ରତିନିଧି ବିଶିଷ୍ଟ ଖ୍ୟାତି ସଂପନ୍ନ ବିଜ୍ଞାନ ଲେଖକ ରାଧେଶ୍ୟାମ ପୁରୋହିତଙ୍କୁ ପଚାରିଥିଲେ ସ୍କୁଲ୍ ଖୋଲିଲା ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ କିଭଳି ଭାବରେ ଏଥିରୁ ରକ୍ଷା ପାଇପାରିବେ । ତା'ର ଉତ୍ତର ରେ ଶ୍ରୀ ପୁରୋହିତ କହିଥିଲେ, ଏବେ ତ କରୋନାର ଭୟାବହ ତା ଆମେ ଅନୁଭବ କରି ନାହୁଁ । ଏହା ଜୁନ-ଜୁଲାଇ ମାସରେ ଆହୁରି ଖରାପ ପ୍ରଭାବ ପକାଇବ । ଆଉ ଏହି ସମୟରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଖୋଲିବ। ଏଥିପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସରକାର ମଧ୍ୟ ଚିନ୍ତିତ। ଏଥିପାଇଁ ଶ୍ରୀ ପୁରୋହିତଙ୍କ ମତ ହେଲା ସ୍କୁଲ ଇଉନିଫର୍ମରେ ମାସ୍କ ଏକ ଅଂଶ ବିଶେଷ ହେଉ । ଏଥିପାଇଁ ବୟସ ପେସା ଓ ରୁଚି ସ୍ବଭାବକୁ ଦେଖି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଢାଞ୍ଚାରେ ମାସ୍କ ପ୍ରସ୍ତୁତ ହେଉ, ଯାହାଫଳରେ ଛୋଟ ବଡ଼ ସମସ୍ତେ ମାସ୍କ ବ୍ୟବହାର କରିବା ପାଇଁ ଆଗ୍ରହୀ ହେବେ ।
ଲକଡାଉନ୍ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ । ସେମାନଙ୍କ ପାଇଁ ମାସ୍କ ବାଧ୍ୟତା ମୁଳକ କରିବାପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଯୋର୍ ଦେଇଛନ୍ତି। କମ୍ ଖର୍ଚ୍ଚରେ ସ୍କୁଲ ଇଉନିଫର୍ମ ସହ ସାଂସ୍କୃତିକ ତିଆରି କଲେ କିମ୍ବା ରାଜ୍ୟ ସରକାର ଆଗତୁରା ପଦକ୍ଷେପ ଗ୍ରହଣ କରି ସମସ୍ତ ଶିକ୍ଷା ଅନୁଷ୍ଠାନ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାସ୍କ ବ୍ୟବହାର କରି ସାମାଜିକ ଦୁରତା ବଜାୟ ରଖିଲେ କରୋନା ସଂକ୍ରମଣ ରୁ ରକ୍ଷା ପାଇ ପାରିବେ ବୋଲି ଶ୍ରୀ ପୁରୋହିତ ଆମ ପ୍ରତିନିଧିଙ୍କୁ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/542a6328-a6e4-4f68-9e75-7a39d3e801a4.jpg)