ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନାର ପ୍ରକୋପ ସେତେ ଅଧିକ ନଥିଲେ ମଧ୍ୟ ଲୋକଙ୍କୁ ପ୍ରଶାସନ ଏବଂ ପୁଲିସ ତରଫରୁ ସଚେତନ କରାଯାଉଛି। ସହରର ସମସ୍ତ ରାସ୍ତାକୁ ସିଲ କରିଦେବା ସହ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି। ସାମାଜିକ ଦୂରତା ରକ୍ଷା କରିବା ସହ କିପରି ଜନଗହଳି କରିବେ ନାହିଁ ସେନେଇ ସୂଚନା ପ୍ରଦାନ କରାଯାଉଛି।
ତେବେ ମାଲକାନଗିରିର ପରିଚିତ ସମାଜସେବୀ ବିନୋଦ ଟାଵରୀ ସହରରେ କରୋନାକୁ ରୋକିବା ନେଇ ନିଜ ତରଫରୁ ଏକ ପ୍ରୟାସ ଆରମ୍ଭ କରିଛନ୍ତି। ସେ ନିଜର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ଛକମାନଙ୍କରେ ନିଜର ପିଲାଙ୍କୁ ଜଗାଇ ଉନ୍ନତ ଧରଣର ମାସ୍କ ଲୋକମାନଙ୍କୁ ପ୍ରଦାନ କରୁଛନ୍ତି। ମାସ୍କ ପିନ୍ଧିବା ପାଇଁ ସେ ନମସ୍କାର କରି ନେହୁରା ହେଉଥିବା ଦେଖିବାକୁ ମିଳିଛି।
ମାଲକାନଗିରି ସହରକୁ କରୋନା ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଭାଗିତା ହେଉ ବୋଲି ବୁଝାଉଥିଲେ। ଲୋକେ ସଚେତନ ହେଲେ କରୋନା ସହରରେ ପଶିପାରିବ ନାହିଁ ବୋଲି ଲୋକମାନଙ୍କୁ ବୁଝାଯାଉଥିଲା। ଗରିବ ଲୋକ ଉନ୍ନତଧରଣର ମାସ୍କ ପିନ୍ଧିବା ସମ୍ଭବପର ନୁହେଁ। ତେଣୁ ବିନୋଦ ଯେପରି ଗରିବରୁ ଅତି ଗରିବ ଲୋକ ଭଲ ମାସ୍କ ପାଇପାରିବେ ସେନେଇ ସେ ସମସ୍ତଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି। ତାଙ୍କର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-Mask-distrubution-3.jpg)