ଗ୍ରାମ ବିକାଶ କମିଟି ଦ୍ୱାରା ମାସ୍କ ତିଆରି କରି ମାଗଣାରେ ବଣ୍ଟନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକର ପୁଟିଗାଁ ପୁରୁଣାପଡ଼ାର ଗ୍ରାମ ବିକାଶ କମିଟି ଦ୍ବାରା କରୋନାକୁ ହଟାଇବା ଉଦ୍ଦେଶ୍ୟରେ ମାଗଣାରେ ପୁରୁଣାପଡ଼ାର ସମସ୍ତଙ୍କୁ  ମାସ୍କ୍ ବଣ୍ଟନ କରିବା ସହିତ ଲୋକ ମାନଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏଥିରେ ଗ୍ରାମବାସୀଙ୍କ  ସହଯୋଗରେ ଗ୍ରାମର ଫଗୁନୁ ସାହୁ, ବାଳକ କରକରିଆ, ବସୁଦେବ ଦୀପ, ମାସ୍କ୍ ତିଆରି ପାଇଁ ଆବଶ୍ୟକ କପଡା ଦାନ କରିଥିଲେ ଏବଂ ଗ୍ରାମର ରସ୍ନା କୁମାର, ବିକାଶ କୁମାର, ସୁଷମା ଭୋଇ,ସବିତା ରଣା ପ୍ରମୁଖ ସିଲେଇ କାର୍ଯ୍ୟରେ ସହଯୋଗ କରିଥିଲେ। ମାସ୍କ୍ ବଣ୍ଟନ କାର୍ଯ୍ୟରେ ଯଶୋବନ୍ତ ସାହୁ, ଫଗୁନୁ ସାହୁ, ପ୍ରକାଶ କୁମାର, ଦୋଲାମଣି ସାହୁ, ମନୋଜ ସାହୁ, ବସୁଦେବ ଦୀପ, କୈଳାସ ଦୀପ, ଶ୍ରୀମତୀ ଜୟନ୍ତୀ ସାହୁ,ସଞ୍ଜୟ ସେନାପତି, ଦେବେନ୍ଦ୍ର ସାହୁ, ଭୁବନେଶ୍ୱର ସାହୁ, ସୁରେନ୍ଦ୍ର ସାହୁ ଓ ଅନ୍ୟ ସମସ୍ତଙ୍କର ବିଶେଷ ସହଯୋଗ ରହିଥିଲା । ଏହି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଥିଲେ
ସମ୍ବନ୍ଧିତ ଖବର