ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଡଯାତ୍ରା ନେଇ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନର ମିଳିତ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତହସିଲଦାର ଗୁଣନିଧି ନାୟକ ସଭାପତିତ୍ବ କରିଥିବା ବେଳେ ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀ, ଆଇଆଇସି ରାମ ପ୍ରସାଦ ନାଗ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଚଳିତ ମାସ ୨ ତାରିଖ ଠାରୁ ବଡଯାତ୍ରାର ପାରଂପାରିକ କାର୍ଯ୍ୟକ୍ରମ ଚାଲିଆସୁଥିବା କୁହାଯାଇଥିଲା। ଆସନ୍ତା ୨୨ ତାରିଖରେ ନୌକା ବିହାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ୍ବ ସମାଗମ ହେବାର ଆଶଂକା କରାଯାଉଛି। ଏହାକୁ ନେଇ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ପାଲୁର ନଦୀଘାଟରେ କରାଯାଇଛି। ନୌକାରେ ଆନ୍ଧ୍ରକୁ ଯିବା ପରେ ସେଠାରେ ମଧ୍ୟ ଲୋକେ କିପରି ଗୁମ୍ଫା ନିକଟରେ ପହଞ୍ଚିବେ ସେନେଇ ସବୁ ପ୍ରକାର ବ୍ୟବସ୍ଥା ଆନ୍ଧ୍ର ସହ ସମନ୍ବୟ ରଖା କରି କରାଯାଇଥିବା କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି। ଏପରିକି କରୋନାକୁ ଆଖିଆଗରେ ରଖି ପ୍ରଶାସନ ତରଫରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସାନିଟାଜରରେ ବାରମ୍ବାର ହାତ ଧୋଇବା ଏବଂ ଦୂରତାକୁ ମଧ୍ୟ ରକ୍ଷା କରିବା ନେଇ ଅନୁରୋଧ କରାଯାଇଛି।

ଏଥିସହ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ହେବାକୁ ଥିବା ଯାତ୍ରାକୁ ମଧ୍ୟ କଡାକଡି କରାଯାଇଛି। ଲୋକଙ୍କ ଭିଡକୁ ଦେଖି ମନ୍ଦିର ନିକଟରେ ବ୍ୟାରିକେଟ କରାଯାଇଛି। କେବଳ ଜଣେ ଲୋକ ହିଁ ଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ମୁହଁରେ ମାସ୍କ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି। ଏଥିପାଇଁ ପୁଲିସ ସହର ସାରା ବୁଲି ତଦାରଖ କରିବ। ଦରକାର ପଡିଲେ ଜୋରିମାନା ମଧ୍ୟ ଆଦାୟ କରିବ ବୋଲି ପୁଲିସ କହିଛି। ଜିଲ୍ଲାର ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଯୁବଗୋଷ୍ଠୀ, ଏସ୍ଏ‌ଚଜି ସମେତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକକୁ ସହଯୋଗ କରିବାପାଇଁ କୁହାଯାଇଛି। ମାଲକାନଗିରିରେ ମେଳାକୁ ବନ୍ଦ କରାଯାଇଛି। ସେହିପରି ବଳିକୁ ମଧ୍ୟ ବନ୍ଦ କରାଯାଇଛି।ସହରସାରା ପୁଇସ ପିଇଁତରା ମାରିବ। ପ୍ରତି ଦୁଇ ବର୍ଷକୁ ଥରେ ବଡଯାତ୍ରାର ଆୟୋଜନ କରାଯାଉଥିବାରୁ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଜନସମାଗମ ହେବାର ଆଶଂକା ରହିଛି। ତେବେ ସମସ୍ତଙ୍କର ସହଯୋଗ ହେଲେ ହିଁ ଏହି ଯାତ୍ରା ସଫଳ ହେବ ବୋଲି ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଆଶାପ୍ରକଟ କରିଛନ୍ତି।