ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

କାଲିମେଳା: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତ୍ରଗତ ଲୁଗେଲ ପଂଚାୟତର ଏମ୍‌ପିଭି ୪୬ ଗ୍ରାମର ଦିଲୀପ ସରକାର ନାମକ ଜଣେ ରାଜ ମିସ୍ତ୍ରୀ ଏମ୍‌ପିଭି ୮୧ ଗ୍ରାମରେ ଜଣେ ଲୋକର ଘରର ଛାତ ପଡିବା କାମରେ ନିଯୋଜିତ ଥିଲେ, କିନ୍ତୁ ଅସାବଧାନତା ବଶତଃ ଦିଲୀପ ଧରିଥିବା ଏକ ଲୁହ ଛଡ଼ ଘର ଉପରେ ଥିବା ୧୧ କେଭି ତାର ସଂସ୍ପର୍ଶ ରେ ଆସି ଯାଇଥିଲା, ଫଳରେ ଦିଲୀପ କୁ ଶକ୍ତ ଝଟକା ଲାଗିଥିଲା, ତାଙ୍କୁ ତୁରନ୍ତ ଏମ୍‌ଭି ୭୯ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଦିଲୀପ ଆନ୍ଧ୍ର ପ୍ରଦେଶରେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ, ଦିଲୀପର ଦୁଇଟି ସନ୍ତାନ ଥିବାବେଳେ ତାକୁ ସରକାରୀ ସହାୟତା ଦେବାକୁ ଦାବି ହେଇଛି।

ସମ୍ବନ୍ଧିତ ଖବର

Comments are closed.