ରାଉରକେଲା: କେ. ବଲାଙ୍ଗ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ବାନ୍ଦୁପଡା ଛକରେ ୧୮ ଚକିଆ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ନବୀନ କିସାନ। କାମ ସାରି ସେ ନିଜ ମୋଟରବାଇକ୍ରେ ବାନ୍ଦୁପଡାକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବା ୧୮ ଚକିଆ ଲୁହାପଥର ବୋଝେଇ ଟ୍ରକ୍ ସିଜି୧୫ ଏସି-୫୩୩୮ ଧକ୍କା ଦେଇଥିଲା। ନବୀନ ତଳେ ପଡିଯିବାରୁ ଟ୍ରକ ଚଢ଼ିଯିବାରୁ ଘଟରାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକୋ କରିଛନ୍ତି। ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କେ. ବଲାଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।
ଟ୍ରକ ଧକ୍କାରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/10/5a4c5ea5-8721-4160-99e7-3a9a7c6793ac.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)