ଯାଜପୁର: ରୋହିତ ଫେରୋଟେକ୍‌ରେ ଅଗ୍ନିକାଣ୍ଡ, ରାଜପଥରେ ଜଳିଗଲା ବୋଲେରୋ

ଯାଜପୁର/ରଗଡ଼ି: ଗତକାଲି ରାତିରେ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ରୋହିତ ଫେରୋଟେକ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାରଖାନାର ଫର୍ଣ୍ଣେସରୁ ଏହି ଅଗ୍ନିକାଣ୍ଡ ବ୍ୟାପିବା ପରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇ ଯାଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ୬ଟି ଦମକଳଗାଡ଼ି ନିଆଁକୁ ଆୟତ କରିଛନ୍ତି।
ସେହିପରି କୋରୋଇ ବ୍ଲକ୍‌ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବଳଦିଆ -ତେନ୍ତୁଲିଖୁଣ୍ଟା ରାସ୍ତା ମଝିରେ ଓଆର ୦୫ ଏମ୦୮୮୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ପୋଡ଼ି ପାଉଶଁ ହୋଇ ଯାଇଛି। ରାସ୍ତାରେ ଯାଉଥିବା ବେଳେ ହଠାତ ବୋଲେରୋଟିରେ ନିଆଁ ଲାଗି ଯାଇଥିଲା। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଯାଜପୁରରୁ ଦମକଳ ଆସି ନିଆଁକୁ ଆୟତ କରିଛନ୍ତି।

ସମ୍ବନ୍ଧିତ ଖବର