ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଟିଟୋ ରାଉରକେଲାରୁ ଗିରଫ

ଜାମିନ ନାମଂଜୁର ହେବାରୁ ପଠାଗଲା ଜେଲ୍

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ଯାଲୋଏ ଠାରେ ଗ୍ରାହକ ସେବାକେନ୍ଦ୍ର ମାଲିକ ସଶ୍ଚିତାନନ୍ଦ ମହାକୁଡ଼ଙ୍କୁ ବନ୍ଧୁକରେ ଆକ୍ରମଣ କରି ନଗଦ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା ସହ ଏକ ଲାପଟପ ଲୁଟି ନେଇ ଫେରାର ହୋଇଗଲେ ଦୁର୍ବୁତ୍ତ । ଏହି ଡକାୟତିର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ଵସ୍ତିକ ଭୋଏନା ଆଲିୟାସ୍ ଟିଟୋ( ୩୫) କୁ ଗୁରୁବାର ଦିନ ରାତିରେ ବୀରମହାରାଜପୁର  ପୁଲିସ ସବ୍ ଇନ୍ସପେକ୍ଟର ବିଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ରାଉରକେଲାରୁ ଗିରଫ କରିବାରେ ସଫଳ ହୋଇଥିଲା ।

ଶୁକ୍ରବାର ଦିନ ଡକାୟତି ଘଟାଇଥିବା ସ୍ଥାନକୁ ଟିଟୋକୁନେଇ ଖୋଳତାଳ ଆରମ୍ଭ କରିଥିଲା ପୁଲିସ । ଟିଟୋ ଡକାୟତି କରିଥିବା ଲାପଟପ୍  କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଏକ ବିଲରେ ଲୁଚାଇ ଫେରାର ହୋଇଥିଲା । ସେହି ସ୍ଥାନକୁ ଚିହ୍ନଟ କରି ସେହି ବିଲରୁ ଲାପଟପ୍ ଉଦ୍ଧାର କରିବାରେ ସଫଳ ହୋଇଥିଲେ ତଦନ୍ତ କାରି ପୁଲିସ ଅଧିକାରୀ। ଏହାପରେ ଅଭିଯୁକ୍ତ ଟିଟୋକୁ କୋର୍ଟ ଚାଲାଣ କରିଥିଲା ବୀରମହାରାଜପୁର ପୁଲିସ ।

ଅଦାଲତରେ ଟିଟୋର ଜାମିନ ନାମଂଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ଲୁଟ ହୋଇଥିବା ଆଧାରକାର୍ଡ, ଏଟିଏମ୍ ଓ ଅନ୍ୟାନ୍ୟ ବ୍ୟାଙ୍କ କାଗଜ ପତ୍ର ଜବତ ସହ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ୍ମ ଧ୍ୟ ଜବତ କରିିିଥିଲା ପୁଲିସ । ଏହାସହିତ ଏହି ଡକାୟତି ଘଟଣାରେ ତିିିିନି ଜଣ ଓ ଏମାନଙ୍କୁ ଆଶ୍ରୟ ଦେେଥିବା ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ସେହି ଅଭିଯୁକ୍ତମାନେ ହେଲେ ହେମନ୍ତ ଜଗଦଲା, ରାଜୁ ସାହୁୁ, ଶ୍ୟାମ ବାବୁ ମହତ । ଏମାନଙ୍କୁ ଆଶ୍ରୟ ଦେଇଥିବା ଆଶିଷ ତନ୍ତି ଓ ଅଭିମନ୍ୟୁ ଖୁରାଙ୍କକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର