ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫୁଲାଡ଼ି ନନା ଢ଼ାବା ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ଟକ୍କା ହେବା ଫଳରେ ଗୋଟିଏ ଟ୍ରକ୍ ଜଳି ଯାଇଛି। ଜଳିଯାଇଥିିବା ଟ୍ରକ୍ରେ ଦିିଆଶିିଲି ବୋଝେଇ ହୋଇ କୋଲକାତା ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏନ୍୫୨ ବି ୬୦୦୫ ନମ୍ବର ବିଶିଷ୍ଟ ଟ୍ରକ୍ ଓ ଜଳିଯାଇଥିବା ଦିଆଶିଲି ବୋଝେଇ ଟ୍ରକ୍୍ ଉଭୟ କୋଲକାତା ଆଡକୁ ଯାଉଥିବା ବେଳେ ପଛ ପଟୁ ଦିଆଶିିଲି ବୋଝେଇ ଟ୍ରକ୍କୁ ଅନ୍ୟ ଟ୍ରକ୍ଟି ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ଦିଆଶିଲି ବୋଝେଇ ଟ୍ରକ୍ଟି ହୁତୁୁହୁତୁ ହୋଇ ଜଳି ଉଠିଥିଲା। ଖବରପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ବାଲେଶ୍ୱର: ଦୁଇ ଟ୍ରକ୍ ମଧ୍ୟରେ ଧକ୍କା, ଜଳିଗଲା ଦିଆଶିଲି ବୋଝେଇ ଟ୍ରକ୍
/sambad/media/post_attachments/wp-content/uploads/2018/01/balasore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)