ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ମାଟିଆପଦରକୁ ସମ୍ପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା ଦାବି ନେଇ ବୁଧବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗଣଧାରଣାରେ ବସିଛନ୍ତି। ଗତ ୧୮ ତାରିଖରେ ଗ୍ରାମବାସୀ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଦାବି ପୂରଣ ନ ହେବାରୁ ଆଜି ଗଣଧାରଣା ଦେଇଥିଲେ।
ଗ୍ରାମବାସୀଙ୍କ ଦାବି ଅନୁସାରେ, ଲୋୟର ଇନ୍ଦ୍ର ପ୍ରକଳ୍ପରେ କୋମନା ଓ ଖଡ଼ିଆଳ ବ୍ଲକ୍ର ୧୦ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡ଼ିଥିବା ବେଳେ ୧୬ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେମାନେ ବିସ୍ଥାପିତ ହୋଇଥିବା ବେଳେ କ୍ଷତିପୂରଣ ମଧ୍ୟ ପାଇଛନ୍ତି। ତେବେ ଏହି ପ୍ରକଳ୍ପ ଯୋଗୁ ମାଟିଆପଦର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ଗ୍ରାମବାସୀ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ମାଟିଆପଦରକୁ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣ କରିବାକୁ ଗ୍ରାମବାସୀ ବାରମ୍ବାର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରିଛନ୍ତି। ମାତ୍ର କେହି ଶୁଣୁ ନାହାନ୍ତି। ବର୍ତ୍ତମାନ ଲୋୟର ଇନ୍ଦ୍ର ନିମ୍ନ ଜଳସେଚନ ପ୍ରକଳ୍ପ ତିଖାଲିରେ ପାଣି ଭରିଯାଇଛି। ଏଥିରେ ମାଟିଆପଦରର ବହୁ ଲୋକଙ୍କ ଜମି ଯାଇଛି। ପ୍ରକଳ୍ପର ପାଣି ଗାଁର ଚାରିଟେ ରହିଥିବା ବେଳେ ଯିବା ଆସିବାରେ କଷ୍ଟ ହେଉଛି। ଗାଁରେ ବାସ କରୁଥିବା ୭୦ଟି ପରିବାରର ୩୦୦ ଜଣ ସଦସ୍ୟ ନିରାପଦ ମଣୁନାହାନ୍ତି। ଜିଲ୍ଲା ପ୍ରଶାସନ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଗରିବ ସେନା ସଭାପତି ରବି ମଙ୍ଗରାଜ ନେତୃତ୍ବରେ ହୋଇଥିବା ଗଣଧାରଣାରେ ଗ୍ରାମର ସାଗର କୁରୁଆଁ, ଚୁଡ଼ାମଣି କରୁଆଁ, ସୁବଳ ସଗରିଆ, ପ୍ରଭୁଲାଲ କେଟା, ଗଦାଧର ସଗରିଆ, ଗୋପି କଟା, ହରେରାମ ସଗରିଆ, ଅଭିରାମ ସଗରିଆ, ଗୋବିନ୍ଦ କଟା, ପ୍ରେମନାଥ କୁରୁଆଁ, ଘୁନ ବାଗ, ମୋହନ କରୁଆଁ, ଉପାସୁ ବନଛୋର, ଗୋପି ଗଟା, ଗଦାଧର ସଗରିଆ, ସୁବଳ ସଗରିଆ, ବନବାଳୀ ସଗରିଆ, ବିଷ୍ଣୁ ସଗରିଆ, ହରେରାମ ସଗରିଆ, ମନିରାମ ସଗରିଆଙ୍କ ସହ ଗ୍ରାମବାସୀ ସାମିଲ ଅଛନ୍ତି।
ମାଟିଆପଦରକୁ ସମ୍ପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା ଦାବି: ଜିଲ୍ଲାପାଳ ଅଫିସ୍ ଆଗରେ ଗଣଧାରଣା
/sambad/media/post_attachments/wp-content/uploads/2023/11/e6c4f85b-153e-4bfe-adba-ef9dd911ed93.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)