ଖୋର୍ଦ୍ଧା: ରାଜ୍ୟର ଅଗ୍ରଣୀ ଦୈନିକ ଖବରକାଗଜ ସମ୍ବାଦର ୧୮ତମ ମାଟ୍ରିକ୍ ଚାମ୍ପିଅନ୍ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଖଣ୍ଡର ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୨ଟି ଉଚ୍ଚ ବିଦ୍ୟାଳୟର ୨୩ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହୋଇଛନ୍ତି । ଆଜି ଭୁବନେଶ୍ୱର ରେଳବାଇ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ସମ୍ବାଦର ସାଧାରଣ ପରିଚାଳକ (ବାର୍ତା) ଅରବିନ୍ଦ ଦାସଙ୍କ ଠାରୁ ବିଦ୍ୟାଳୟର ଶିକ୍ଷକଙ୍କୁ ଉପଢୌକନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
/sambad/media/post_attachments/wp-content/uploads/2022/07/Matric-Champ-Khordha-5.jpeg)
ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ହେଲେ, ବାଲୁଗାଁ ପଂଚୁପାଲ୍ଲୀ ଉଚ୍ଚବିଦ୍ୟାଳୟର ଅମ୍ଲାନ ଶତପଥୀ, ଜଟଣୀ ରାଜକିଶୋର ବିଦ୍ୟାପୀଠର ଅମ୍ରିତା ନନ୍ଦ, ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଭିଲିପ୍ସା ସ୍ୱାଇଁ, ଓମ ପ୍ରକାଶ ବେହେରା, ସମ୍ବିତ କୁମାର ବଳବନ୍ତରାୟ, ସଂଘର୍ଷ ବେହେରା, ଅଙ୍କିତା ପ୍ରିୟଦର୍ଶନୀ, ଶିବୁନ୍ ବେହେରା, ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ସାହୁ, ବାଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପିୟୁଷ କୁମାର ଦାଶ, ବାଣପୁର-ବଡ଼ପଦର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଲିପ୍ତା ସାହୁ, ଟାଙ୍ଗୀ ବାଲିପାଟପୁର ରେଫ୍ୟୁଜି ଉଚ୍ଚ ବିଦ୍ୟାଳୟର ଚାରୁଲତା ସ୍ୱାଇଁ ଓ ପ୍ରଜ୍ଞା ପାରମିତା ପରିଡ଼ା, ନିରାକାରପୁର ଆଚାର୍ଯ୍ୟବିହାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ବିଶ୍ୱଦର୍ଶନୀ ମିଶ୍ର, ଚିଲିକା ହରିପୁର ଲକ୍ଷ୍ମୀଧର ସରକାରୀ ଉଚ୍ଚବିଦ୍ୟାଳୟର ସ୍ୱରୂପ ଶେଖର ଜେନା, ବୋଲଗଡ଼ ମାଣିକଗୋଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ରୁଦ୍ର ପ୍ରତାପ ଦଳାଇ, ବୋଲଗଡ଼ ରଘୁନାଥ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ଶ୍ରୀଜଳ ମହାନ୍ତି, ଚିନ୍ମୟୀ ମହାପାତ୍ର, ଆଲିସା ସେନାପତି, ହରି ପ୍ରସାଦ ବେହେରା, ବୋଲଗଡ଼ ଦେବଗୁରୁ ଆଦର୍ଶ ବିଦ୍ୟାପୀଠର ଦେବାଶିଷ ବିଶ୍ୱାଳ ଓ ରାଜେଶ୍ୱ ବିଶ୍ୱାଳ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Matric-Champ-Khordha-1.jpeg)