ମାଟ୍ରିକ୍ ପରୀକ୍ଷା: ଭଦ୍ରକ ଜିଲ୍ଲାରେ ପାସ୍ ହାର ୭୫.୭୬%

ଏ -୧ରେ ୭୨ ଜଣ, ପାସ୍ ହା‌ରରେ ଝିଅ ଆଗ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପାସ୍ ହାର ୭୫.୭୬ % ରହିଛି। ଜିଲ୍ଲାରେ ୩୧୮ଟି ହାଇସ୍କୁଲର ମୋଟ ୧୧୭ ପରୀକ୍ଷା କେନ୍ଦ୍ରରେ ୨୨ ହଜାର ୧୪ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରିକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୬ ହଜାର ୬୮୪ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଜିଲ୍ଲାରେ ଏ-୧ ରେ ୭୨ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ଏ-୨ ରେ ୪୫୬ ଜଣ ପାସ୍ କରିଛନ୍ତି।

ସେହିପରି ବି-୧ ରେ ୭୯୭ ଜଣ ପାସ୍ କରିଥିବା ବେଳେ ବି-୨ ରେ ୧୨୯୫ ଜଣ ପାସ୍ କରିଛନ୍ତି। ସି – ରେ ୧୯୯୮ ଜଣ ପାସ୍ କରିଥିବା ବେଳ ଡି- ରେ ୩୬୫୪ ଜଣ ପାସ୍ କରିଛନ୍ତି। ଇ- ରେ ୮୪୧୩ ଜଣ ପାସ୍ କରିଛନ୍ତି। ଜିଲ୍ଲାରେ ୫ ହଜାର ୩୨୯ ଜଣ ଫେଲ୍ ହୋଇଛନ୍ତି। ଜିଲ୍ଲାରେ ୮ ହଜାର ୯୫୦ ଜଣ ଛାତ୍ରୀ ପରୀକ୍ଷାରେ ପାସ୍ କରିଥିବା ବେଳେ ୭ ହଜାର ୭୩୫ ଜଣ ଛାତ୍ର ପାସ୍ କରିଛନ୍ତି। ଜିଲ୍ଲାର ପାସ୍ ହାରରେ ପୁଅଙ୍କୁ ପଛରେ ପକାଇ ଝିଅମାନେ ବାଜି ଜିତିଛନ୍ତି।

ଜିଲ୍ଲାରେ ମାଟ୍ରିକ୍ ରେଜାଲ୍ଟ ରେ ଭଦ୍ରକର ମଂଜୁଳ ମଂଜୁରୀ ସରସ୍ବତୀ ଶିଶୁ ମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ଏ- ୧ରେ ସ୍ଥାନ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏଇ ସ୍କୁଲରେ ୧୮୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୩ ଜଣ ପାସ୍ କରିଥିବା ପରୀକ୍ଷାର ପାସ୍ ହାର ୯୯.୯ % ରହିଛି। ସେହିପରି ଭଦ୍ରକ ଜିଲ୍ଲା ସ୍କୁଲରେ ଜଣେ ଛାତ୍ର ଏ – ୧ ରେ ସ୍ଥାନ ପାଇଥିବା ବେଳେ ପାସ୍ ହାର ଶତ ପ୍ରତିଶତ ହୋଇଛି। ସେହିପରି ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରୀ ଏ-୧ ରେ ସ୍ଥାନ ପାଇଥିବା ବେଳେ ସ୍କୁଲରେ ମୋଟ ୧୪୨ ଜଣ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର