ମୟୂରଭଂଜ: ବିଦେଶରେ ଆମ୍ବ ବିକ୍ରି ପାଇଁ ସଜବାଜ ବାସ୍କିତଳା, ଆମ୍ବ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବାଙ୍ଗିରିପୋଷି

୧୫ ତାରିଖ ମଧ୍ୟରେ ଆମ୍ବ ଯିବ ବିଦେଶ, ଚାଷୀଙ୍କ ଶୀତଳ ଭଣ୍ଡାର ଦାବି

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣ ଗାଁ ଫଚାୟତର ବାସ୍କିତଳା ଓ ନିଶ୍ଚିତା ପଂଚାୟତର ପିଣ୍ଡରଗଡିଆ, ଶୁଣ୍ଡିସାହି, ଶାସଡାପାଳରେ ସାଧାରଣତଃ ଆମ୍ବ ଚାଷ ହୋଇଥାଏ। ୧୯୯୩ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଉଦ୍ୟାନ ବିଭାଗ, ଓରମାସ ଓ ଓଏଲ୍‌ଏମ ସହାୟତାରେ ପ୍ରଥମେ ୫୪ ଜଣ ଚାଷୀଙ୍କ ସମୁଦାୟ ୨୫ ହେକ୍ଟର ଜମିରେ ୨୨ ଶହ ଆମ୍ବ ଗଛ ବାସ୍କିତଳା ଠାରେ ଲାଗିଥିଲା। ପ୍ରାକ୍ତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଙ୍କ ଉଦ୍ୟମରେ ୪୫ ଜଣ ଚାଷୀଙ୍କୁ ନେଇ ୧୮ ଶହ ଏକର ଜମିରେ ଆମ୍ବ ଚାଷ ହେବା ସହିତ ଏକ କମିଟି ଗଠିତ ହୋଇଥିଲା। ଆଟିଡିଏ ତରଫରୁ ଚାଷୀଙ୍କୁ ପ୍ରଥମେ ଏକ ଲକ୍ଷ ଆଠ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ଏବଂ ପ୍ରଶିକ୍ଷଣ ପାଇଁ ବିଦେଶ ଯାଇଥିଲେ ଚାଷୀଯ। ୨୦ଟି ଉତ୍ପାଦ ଗୋଷ୍ଠୀ ମିଶି ମୟୂରଭଂଜ ଫଳ, ପନିପରିବା କୃଷି ଉତ୍ପାଦନ କଂପାନି ଲିମିଟେଡ ନାମକ ଏକ କମ୍ପାନୀ ଖୋଲାଯାଇଛି।

ଏହି ସଂସ୍ଥାର ଦାୟିତ୍ୱ ବାସ୍କିତଳାର ଦୋଶୀ ପ୍ରଡକସନ ଗ୍ରୁପ ନେଇଛି। ଏହି ପ୍ରଡକସନ ଗ୍ରୁପ ମାଧ୍ୟମରେ ମୋରଡା, ଖୁଣ୍ଟା, କୁଳିଅଣା, ରାଇରଙ୍ଗପୁର, ଉଦଳାର ଚାଷୀ ବିଦେଶରେ ଆମ୍ବ ବିକ୍ରି କରିଥାନ୍ତି। ଚାଷୀଙ୍କ ଆବଶ୍ୟକ ତାକୁ ଉପଲବ୍ଧଧି କରି ଡିଆରଡିଏ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୮ ଲକ୍ଷ ଟଙ୍କାର ଏକ ଆଲୁମିନିୟମ ଫଳ ଭଣ୍ଡାର ଗୃହ ନିର୍ମାଣ ହୋଇଛି। ଏକ ଶୀତଳ ଭଣ୍ଡାରର ପାଇଁ ଦୀଘ ଦିନର ଦାବି ଚାଷୀଙ୍କ ରହିଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇ ନଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛି।

ପୁର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ବାଙ୍ଗିରିପୋଷି ଆମ୍ବ ବିଦେଶରେ ନାମ କରିବ ବୋଲି ଚାଷୀ ମତବ୍ୟକ୍ତ କରିଛନ୍ତି। ଉନ୍ନତ ଗୁଣବତ୍ତା ଯୋଗୁଁ ରପ୍ତାନି ତାଲିକାରେ ବାଙ୍ଗିରିପୋଷି ଆମ୍ବ ଆଗରେ ରହି ଆସିଛି। ଦଶେରୀ, ଗୋପାଳ ଭୋଗ, ସୁନ୍ଦରୀ, ଲେଙ୍ଗଡା, ନାସ୍ତା, ଆମ୍ବ୍ରପଲି, ବାଇଗଣ ପଲେଇ, ବାଇଗଣ ପଲେଇ, ଲାଟ ସୁନ୍ଦରୀ ପ୍ରଭୃତି ଆମ୍ବ ସାଧାରଣତ ଏଠିକାର ଆମ୍ବ ବାଗନ ରୁ ଉତ୍ପାଦନ ହୋଇଥାଏ। ଉତ୍ପାଦିତ ଆମ୍ବ ଭୂବନେଶ୍ୱର, ବକାରୋ, ୟୁପି, ରାଞ୍ଚି, ଟାଟା, ଦିଲ୍ଲୀରୁ ଆମେରିକା ପର୍ଯ୍ୟନ୍ତ ଯାଇ ଥାଏ ବୋଲି ଚାଷୀ କହିଛନ୍ତି।

ଏହି ଆମ୍ବ ନିଜସ୍ୱ ପିକଅପ ଭ୍ୟାନ, ଭଡାରେ ଟ୍ରକ ଓ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇଥାଏ। ଚାଷୀ ନିଜ ଆମ୍ବଗଛରୁ ୨୦ ହଜାର ଟଙ୍କାରୁ ଏକ ଲକ୍ଷ ପର୍ଯ୍ୟନ୍ତ ବର୍ଷକୁ ଆୟ କରିଥିବା କାଗଜ ପତ୍ର କହୁଛି। ତେବେ ଏବର୍ଷ ବାରମ୍ବାର ବର୍ଷା ପବନ ହେବା ସହିତ ଫନି ବାତ୍ୟା ପାଇଁ ଆମ୍ବ ଝଡିଯାଇଥିବାରୁ ବହୁଳ ପରିମାଣ ରତ୍ପାନିରେ ନିଶ୍ଚିତ ପ୍ରତିବନ୍ଧକ ବାଜିବ ବୋଲି ଚାଷୀ ପରିପ୍ରକାଶ କରିଛି। ୧୫ ତାରିଖ ମଧ୍ୟରେ ଆମ୍ବ ବିଦେଶ ଯିବ ବୋଲି ଚାଷୀ ଦୁଲାରାମ ସୋରେନ କହିଛନ୍ତି।

ସମ୍ବନ୍ଧିତ ଖବର