ବାରିପଦା : ଚଳିତ ମାସ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ପ୍ରତିଯୋଗୀମାନେ ସଫଳତା ଲାଭ କରିଛନ୍ତି। ଜିଲ୍ଲାର ମୟୂରଭଞ୍ଜ ଜିମ୍ନାସିୟମ ଏବଂ ଶକ୍ତିମାନ ଜିମ୍ନାସିୟମ ରୁ ମୋଟ ୧୭ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି । ୬୬ କେଜି ବର୍ଗରେ ଅଭିଷେକ ମହାନ୍ତ ଜୁନିଅର ଏବଂ ସିନିଅର ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଷ୍ଟ୍ରଙ୍ଗ୍ମ୍ୟାନର ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ୬୬ କେଜି ବର୍ଗରେ ଜଗନ୍ନାଥ ବେଶ୍ରା ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ରୈାପ୍ୟପଦକ , ୮୩ କେଜି ବର୍ଗରେ ବାପୁନ ବେହେରା ସିନିଅର ବିଭାଗରେ ସ୍ବର୍ଣ୍ଣ ଏବଂ ଜୁନିଅର ବିଭାଗରେ ରୈାପ୍ୟ ପଦକ, ୯୩ କେଜି ବର୍ଗରେ ସତ୍ୟବ୍ରତ ବେହେରା ସିନିଅର ବିଭାଗରେ ରୈାପ୍ୟ, ୫୯ କେଜି ବର୍ଗରେ ପ୍ରବୀର ପୃଷ୍ଟି ଜୁନିଅର ବିଭାଗରେ ସ୍ବର୍ଣ୍ଣ, ୫୩ କେଜି ବର୍ଗରେ ରିଙ୍କୁ ମହାନ୍ତ ଜୁନିଅର ବିଭାଗରେ ସ୍ବର୍ଣ୍ଣ, ୬୬ କେଜି ବର୍ଗରେ ଦୁଃଖୀରାମ ମାରାଣ୍ଡି ସବ୍ଜୁନିଅର ବିଭାଗରେ ସ୍ୱର୍ଣ୍ଣ, ୫୩ କେଜି ବର୍ଗରେ ଗଗନ କୁମାର ମହାନ୍ତ ସବ୍ଜୁନିଅର ବିଭାଗରେ ରୈାପ୍ୟ, ୫୩ କେଜି ବର୍ଗରେ ଗୈାର ମହାନ୍ତ ଜୁନିଅର ବିଭାଗରେ ବ୍ରୋଞ୍ଚ୍, ୭୪ କେଜି ବର୍ଗରେ ଲକ୍ଷ୍ମୀକାନ୍ତ ବିନ୍ଧାଣୀ ଜୁନିଅର ବିଭାଗରେ ବ୍ରୋଞ୍ଚ୍, ୫୯ କେଜି ବର୍ଗରେ ମନୋଜ କୁମାର ମହାନ୍ତ ସିନିଅର ବିଭାଗରେ ବ୍ରୋଞ୍ଚ୍, ୭୪ କେଜି ବର୍ଗରେ ଚନ୍ଦନ ମହାନ୍ତ ଜୁନିଅର ବିଭାଗରେ ରୈାପ୍ୟ, ୪୭ କେଜି ବର୍ଗରେ ସୁଷମା ରାୟ ଜୁନିଅର ଏବଂ ସିନିଅର ବିଭାଗରେ ଯଥାକ୍ରମେ ରୈାପ୍ୟ ଏବଂ ବ୍ରୋଞ୍ଚ୍, ୪୭ କେଜି ବର୍ଗରେ ସୀମାରାଣୀ ସିଂ ସିନିଅର ବିଭାଗରେ ରୈାପ୍ୟ, ୪୭ କେଜି ବର୍ଗରେ ଭାରତୀ ପାତ୍ର ଜୁନିଅର ଏବଂ ସିନିଅର ବିଭାଗରେ ସ୍ବର୍ଣ୍ଣ, ୫୨ କେଜି ବର୍ଗରେ ପ୍ରଭାତୀ ସିଂ ଜୁନିଅର ଏବଂ ସିନିଅର ବିଭାଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୈାପ୍ୟ ପଦକ ହାସଲ କରିଛନ୍ତି । ଏମାନଙ୍କର ସଫଳତା ପାଇଁ ଜିଲା ଶକ୍ତି ଉତ୍ତୋଳନ ସଂଘର କର୍ମକର୍ତ୍ତା ନବ କୁମାର ସାହୁ, ରବୀନ୍ଦ୍ର ମହାନ୍ତି, ପରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ସମସ୍ତ ଖେଳାଳୀଙ୍କୁ ଶୁଭେଛା ଜଣାଇଛନ୍ତି ।
ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୁରଭଞ୍ଜ ପ୍ରତିଯୋଗୀଙ୍କ ସଫଳତା
୧୭ ପ୍ରତିଯୋଗୀରୁ ୧୭ଜଣଙ୍କୁ ପଦକ
/sambad/media/post_attachments/wp-content/uploads/2021/03/photo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)