ବାରିପଦା: ଆଜି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଦ୍ବିତୀୟ ଦିନ। ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଜୋନ୍ରୁ ଗତକାଲି ୨୬ଟି ଜୋନ୍ର ଫଳାଫଳ ପ୍ରକାଶ ପାଇଥିଲା। ସେଥିରୁ ବିଜେଡି ୨୫ଟି ଜୋନ୍ରେ ବିଜୟୀ ହୋଇଥିବା ବେଳେ କେବଳ ବିଶୋଇ ଜୋନ୍ରେ ବାଜିମାତ କରିଥିଲା ଜେଏମ୍ଏମ୍। ବିଜେପି କୌଣସି ଗୋଟିଏ ବି ଜୋନ୍ ହାତେଇ ପାରିନଥିଲା। ଆଜି ଜିଲ୍ଲାର ଆଉ ୨୬ଟି ଜୋନ୍ରେ ଗଣତି ଜାରି ରହିଛି। ମଧ୍ୟାହ୍ନ ସୁଦ୍ଧା ପ୍ରଥମ ୨-୩ ରାଉଣ୍ଡର ଗଣତି ପରେ ପ୍ରାୟ ୨୩ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ୩ଟି ଜୋନ୍ରେ ଜେଏମ୍ଏମ୍ ଆଗୁଆ ରହିଛି। ଉଦଳା ନିର୍ବାଚନ ମଣ୍ଡଳୀ ଅଧୀନ ଉଦଳା ବ୍ଲକ୍ ଜୋନ୍-୨ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ଜେଏମ୍ଏମ୍ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଗୋପବନ୍ଧୁନଗର ବ୍ଲକ୍ ୧୫ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହି କ୍ଷେତ୍ରର ବିଧାୟକ ଅଛନ୍ତି ବିଜେପିର ଭାଷ୍କର ମଢ଼େଇ। ବାରିପଦା ସଦର ବ୍ଲକ୍ ୩୦ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି। ଏଠାରେ ବିଜେପିରୁ ବିଧାୟକ ଅଛନ୍ତି ପ୍ରକାଶ ସୋରେନ। କୁଳିଅଣା ବ୍ଲକ୍ ୯ ନଂ ଜୋନ୍ରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ଦ୍ବିତୀୟରେ ବିଜେପି ଓ ତୃତୀୟରେ ଅଛନ୍ତି ଜେଏମ୍ଏମ୍ ପ୍ରାର୍ଥୀ। ଏହି ବ୍ଲକ୍ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବେଳେ ଏଠାରୁ ବିଧାୟକ ଅଛନ୍ତି ବିଜେଡିର ସୁଦାମ ମାର୍ଣ୍ଡି।
ସାରସକଣା ବ୍ଲକ୍ର ୫୬ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏଠାରେ ବିଜେପିର ବୁଢ଼ାନ ମୁର୍ମୁ ବିଧାୟକ ଅଛନ୍ତି। ମୋରଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ରାସଗୋବିନ୍ଦପୁର ବ୍ଲକ୍ ୪୮ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗରେ ଅଛନ୍ତି। ଏଠାରେ ବିଜେଡିରୁ ରାଜକିଶୋର ଦାସ ବିଧାୟକ ଅଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ୍ ୩୬ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏଠାରେ ବିଜେପିରୁ ସନାତନ ବିଜୁଳି ବିଧାୟକ ଅଛନ୍ତି। ଖୁଣ୍ଟା ବ୍ଲକ୍ ୧୩ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ଜେଏମ୍ଏମ୍ ଦ୍ବିତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରର ବିଧାୟକ ଅଛନ୍ତ ବିଜେପିର ପ୍ରକାଶ ସୋରେନ। ଶୁଳିଆପଦା ବ୍ଲକ୍ ୫୪ ନଂ ଜୋନ୍ରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ଏଠାରେ କଡ଼ା ଟକ୍କର ଦେଉଛି ବିଜେପି।
ଏହି କ୍ଷେତ୍ରରୁ ବିଜେଡିର ରାଜକିଶୋର ଦାସ ବିଧାୟକ ଅଛନ୍ତି। ବାଙ୍ଗିରିପୋଷି ବ୍ଲକ୍ ୨୮ ନଂ ଜୋନ୍ରେ ବିଜେଡି ଆଗୁଆ ରହିଛି। ଏହି କ୍ଷେତ୍ରର ବିଧାୟକ ଅଛନ୍ତି ସୁଦାମ ମାର୍ଣ୍ଡି। ଶାମାଖୁଣ୍ଟା ୫୦ ନଂ ଜୋନ୍ରେ ବିଜେଡି ଆଗରେ ରହିଛି। ମୋରଡ଼ା ବ୍ଲକ୍ର ୩୯ ନଂ, ବଡ଼ସାହି ବ୍ଲକ୍ର ୨୩ ନଂ ଏବଂ କପ୍ତିପଦାର ୪ ନଂ ଜୋନ୍ରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ବହଳଦା ବ୍ଲକ୍ ୨୬ ନଂ ଜୋନ୍, ଶୁକୃଳି ବ୍ଲକ୍ ୫୨ ନଂ ଜୋନ୍, ରରୁଆଁ ବ୍ଲକ୍ ୪୪ ନଂ ଜୋନ୍, ଜାମଦା ବ୍ଲକ୍ ୧୭ ନଂ ଜୋନ୍, ଠାକୁରମୁଣ୍ଡା ବ୍ଲକ୍ ୧୯ ନଂ ଜୋନ୍, କରଞ୍ଜିଆ ବ୍ଲକ୍ ୭ ନଂ ଜୋନ୍, ଯଶିପୁର ବ୍ଲକ୍ ୪୨ ନଂ ଜୋନ୍, ତିରିଂ ବ୍ଲକ୍ ୨୧ ନଂ ଜୋନ୍ ଓ କୁସୁମୀ ବ୍ଲକ୍ ୧୧ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ସୁଦ୍ଧା ଆଗରେ ଥିବା ବେଳେ ରାଇରଙ୍ଗପୁର ବ୍ଲକ୍ ୪୬ ନଂ ଜୋନ୍, ବିଜାତଳା ବ୍ଲକ୍ ୩୨ ନଂ ଜୋନ୍ ଓ ବିଶୋଇ ବ୍ଲକ୍ ୩୪ ନଂ ଜୋନ୍ରେ ଜେଏମ୍ଏମ୍ ଆଗରେ ରହିଛନ୍ତି।