ମୟୂରଭଞ୍ଜ ଜିଲ୍ଲା ବାଲିଆପାଳ ଗାଁରୁ ଉଦ୍ଧାର ହେଲା ୧୯ ଫୁଟର ଅହିରାଜ

ବାରିପଦା: ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ବାଳିଆପାଳ ଗାଁରୁ ଏହି ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଜଣଙ୍କ  ଘର ଭିତରୁ ଉଦ୍ଧାର ହୋଇଥିବା  ଅହିରାଜ ସାପର ଲମ୍ବ ୧୯ ଫୁଟ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଖାଇପିଇ ଶୋଇବାକୁ ଯିବା ବେଳେ ବାଳିଆପାଳ ଗାଁର ପରିବାର ଲୋକେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର