ଶିମିଳିପାଳ ଅଭୟାରଣ୍ୟରୁ କ୍ୟାମେରା ଚୋରି

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ବନ୍ୟଜନ୍ତୁ ଓ ଅପରାଧୀଙ୍କ ଗତିବିଧିକୁ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା ଏକ କ୍ୟାମେରାକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ ହୋଇଛି। ଅଭୟାରଣ୍ୟର ଜେନାବିଲ ରେଞ୍ଜ ଅଧୀନ ଗୁରାଣ୍ଡିଆ-ଜେନାବିଲ ରାସ୍ତାର କମ୍ପାର୍ଟମେଣ୍ଟ ଖଇରୀ-୨୫ ନିକଟରେ କ୍ୟୁଡ ବେକ୍‌ ଡିଜିଟାଲ କ୍ୟାମେରାଟିକୁ ଖଞ୍ଜା ଯାଇଥିଲା। ଚୋରି ସମ୍ପର୍କରେ ଜଣାପଡିବା ପରେ ଆଜି ରେଞ୍ଜ ପକ୍ଷରୁ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଭିନ୍ନ ସମୟରେ ଶିମିଳିପାଳରେ ଖଞ୍ଜାଯାଇଥିବା କ୍ୟାମେରା ଚୋରି ହେବା ପଛରେ ଶିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର