୨ କିଗ୍ରା ବାର୍‌ହା ମାଂସ ଜବତ, ୫ ଶିକାରୀ ଗିରଫ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗାଡାସାହି ନିକଟରୁ ଗତକାଲି ରାତିରେ ୫ ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହାତୀଗୋଡା ଗ୍ରାମର କାର୍ତ୍ତିକ ହୋ(୫୫), ଲାମ୍ବା ବଦ୍ରା(୫୦), ଦିବାକର ବଦ୍ରା(୫୦), କନ୍ଦା ସଏ(୩୫) ଓ ସାଧୁ ବଦ୍ରା(୪୫)। ସେମାନଙ୍କଠାରୁ ୨ କିଗ୍ରା ବାର୍‌ହା ମାଂସ ଜବତ ହୋଇଛି।

ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ, ଠାକୁରମୁଣ୍ଡା ଫରେଷ୍ଟ ୨ନଂ. ବିଟ୍‌ ଅଞ୍ଚଳରୁ ଗୋଟିଏ ବାର୍‌ହାକୁ ଶିକାର କରି ଗତରାତିରେ ଏହି ୫ ଜଣ ଶିକାରୀ ଘରକୁ ଫେରୁଥିଲେ। ଖବରପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ସଦଳବଳେ ଚଢ଼ଉ କରିଥିଲେ। ହାତୀଗୋଡା ପଞ୍ଚାୟତ ଅନ୍ତର୍ଗତ ଗାଡାସାହିର ଏକ ପଥର ଚତିରି ନିକଟରେ ୫ଜଣ ଶିକାରୀଙ୍କୁ ବନ କର୍ମଚାରୀମାନେ କାବୁ କରିଥିଲେ। ଶିକାରୀଙ୍କଠାରୁ ୨ଟି ଧନୁ, ୫ଟି ତୀର, ଗୋଟିଏ ପନିକି ସହ ୨କିଗ୍ରା ବାର୍‌ହା ମାଂସ ଜବତ ହୋଇଥିଲା। ଏନେଇ ଠାକୁରମୁଣ୍ଡା ରେଞ୍ଜରେ ନଂ.୧୦୩/୧୭ ବନ୍ୟଜନ୍ତୁ ଆଇନ-୫୧ ଧାରାରେ ଏକ ମାମଲା ରୁଜୁ ହୋଇଛି।

ଆଜି ଅଭିଯୁକ୍ତ ୫ ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢଉରେ ଠାକୁରମୁଣ୍ଡା ଫରେଷ୍ଟର ପରମେଶ୍ୱର ମହାନ୍ତ, କେଶଡିହା ବିଟର ଫରେଷ୍ଟ ବିଶ୍ୱଜିତ ମହାନ୍ତ, ଫରେଷ୍ଟ ଗାର୍ଡ ସୁରମୋହନ ବେହେରା, ଗୌତମ ମହାନ୍ତ, ପ୍ରମୋଦ ମହାନ୍ତ ଓ ଟିପିଏଫ୍‌ ନୀଳକଣ୍ଠ ପୂର୍ତ୍ତି, ତୁରାମ ଲୁଗୁନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର