ପଶ୍ଚିମବଙ୍ଗରୁ ଆଣି ବାରିପଦାରେ ବିକ୍ରି କରୁଥିବା ବେଳେ ବନ ବିଭାଗ ଧରିଲା, ବିରଳ ପ୍ରଜାତିର ୧୨ ସାମୁଦ୍ରିକ କଙ୍କଡା ଉଦ୍ଧାର

ବାରିପଦା: ସାମୁଦ୍ରିକ କଙ୍କଡ଼ାର ଚୋରା ଚାଲାଣକୁ ପର୍ଦ୍ଦାଫାଶ କରିଛି ବନ ବିଭାଗ | ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ସାପ୍ତାହିକ ହାଟରେ ଆଜି ବନ ବିଭାଗ ଚଢ଼ାଉ କରି ୧୨ଟି ସାମୁଦ୍ରିକ କଙ୍କଡାକୁ ଉଦ୍ଧାର କରିଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଂଚଳର ସୁନିଲ ବିଶ୍ୱାସ ନାମକ ବ୍ୟକ୍ତିଙ୍କ ପାଖରେ କିଛି ବିଲୁପ୍ତ ସାମୁଦ୍ରିକ କଙ୍କଡା ଥିବାର ବନ ବିଭାଗ ପାଖରେ ସୂଚନା ପହଞ୍ଚିଥିଲା |

ଏହା ପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଲୁପ୍ତ ପ୍ରଜାତିର ଅଶ୍ୱ ଖୁରାକୃତି ୧୨ ଜୀବନ୍ତ ଓ ୨ ମୃତ ସାମୁଦ୍ରିକ କଙ୍କଡାକୁ ବାରିପଦା ବନବିଭାଗ ଉଦ୍ଧାର କରିଛି ।

ମିଳିଥିବା ସୁଚନା ଅନୁଯାୟୀ ଏହି ବିଲୁପ୍ତ ପ୍ରଜାତିର କଙ୍କଡାଗୁଡିକ ସିଡୁଲ ୪ ପ୍ରଜାତିର ବୋଲି ଜଣାପଡିଛି । ଏହି ଘଟଣାରେ ବନବିଭାଗ ସୁନିଲଙ୍କୁ ଅଟକ ରଖିଥିବାବେଳେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାର ପ୍ରୟାସ ଜାରୀ ରଖିଛି । ଏହି କଙ୍କଡା ଗୁଡିକର ଆନୁମାନିକ ମୁଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ କଙ୍କଡା ଚୋରା ଚାଲାଣର ଚେର କେଉଁ ଆଡେ ଲମ୍ବିଚି ବର୍ତ୍ତମାନ ବନ ବିଭାଗ ତାହାର ଛାନଭିନ କରୁଛି |

ସମ୍ବନ୍ଧିତ ଖବର