ମୟୁରଭଞ୍ଜ: ବନ୍ୟା ଜଳ ଦେଖୁଥିଲେ, ନଦୀରେ ଭାସିଗଲେ ୧୨ ବର୍ଷିଅ ବାଳକ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଜଣେ ୧୨ ବର୍ଷର ବାଳକ ବନ୍ୟା ଜଳ ଦେଖୁଥିବା ବେଳେ ନଦୀରେ ଭାସି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ ସୋନ ନଦୀର ମହିଷାସୁରୀ ଘାଟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ମହିଷାସୁରୀ ଗ୍ରାମର ରଥ ମାଝୀଙ୍କ ପୁଅ ବାପୁନ ମାଝୀ ଆଜି ଅପରାହ୍ନ ସାଢ଼ୋ ୪ଟା ସ୍କୁଲରୁ ପାଠ ପଢ଼ା ସାରି ଘରକୁ ଫେରିଥିଲେ। ଏହା ପରେ ସେ ଏକ ସାଇକେଲ ନେଇ ଗାଁ ନିକଟ ଦେଇ ଯାଇଥିବା ସୋନ ନଦୀର ବନ୍ୟା ଜଳ ଦେଖିବା ପାଇଁ ଯାଇଥିଲେ। ନଦୀ କୂଳରେ ସାଇକେଲ ରଖି ସେ ବନ୍ୟା ଜଳ ଦେଖୁଥିବା ବେଳେ ଖସିଯାଇଥିଲେ। ଫଳରେ ପ୍ରଖର ଜଳ ସ୍ରୋତ ବାପୁନକୁ ଠେଲି ଯାଇଥିଲା। ବାପୁନ ନଦୀରେ ଭାସିଯବା ପରେ କପ୍ତିପଦା ଅଗ୍ନିସମ ବିଭାଗକୁ ସୂଚନା ଦିଆଯାଇଥିଲା। ଏହା ପରେ ଆଗ୍ନିକମାନେ ଘଟଣାସ୍ଥଳରେ ବହୁ ଖୋଜାଖୋଜି କରି ମଧ୍ୟ ସନ୍ଧ୍ୟା ସୁଦ୍ଧା ବାପୁନକୁ ଉଦ୍ଧାର କରି ପାରି ନାହାନ୍ତି।

ସୂଚନାଯୋଗ୍ୟ ମହିଷାସୁରୀ ଠାରୁ ୫ କିଲୋମିଟର ଉପରକୁ ସୋନ ନଦୀରେ ଡ୍ୟାମ୍‌ ନିର୍ମାଣ ହୋଇଛି। ନଦୀରେ ଜଳସ୍ତର ବଢୁଥିବାରୁ ଆଜି ଗୋଟିଏ ଗେଟ୍‌ ଖୋଲାଯାଇଛି। ଫଳରେ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି। ନଦୀ ଜଳ ସ୍ତର କମିବା ପରେ ବାପୁନର ସନ୍ଧାନ ମିଳିପାରେ ବୋଲି ଅଗ୍ନିସମ ବିଭାଗର କର୍ମଚାରୀମାନେ କହିଛନ୍ତି।

 

ସମ୍ବନ୍ଧିତ ଖବର