ମୟୂରଭଞ୍ଜ  : ନୂଆ ୧୩୩ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଜଣେ ଗୃହ ସଙ୍ଗରୋଧରୁ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରୁ ୧୩୦ଜଣ ସଂକ୍ରମିତ ହୋଇଛନ୍ତି। ଜଣେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଏବଂ ଭୁବନେଶ୍ୱରରେ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥସହିତ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୧କୁ ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୯୯ ପୁରୁଷ ଓ ୩୩ ଜଣ ମହିଳା ରହିଛନ୍ତି।

ଏମାନଙ୍କ ମଧ୍ୟରେ ୦ରୁ ୯ ବର୍ଷ ଓ ମଧ୍ୟରେ ୨ ନାବାଳକ ଓ ୨ ନାବାଳିକା, ୧୦ରୁ ୧୯ ବର୍ଷ ମଧ୍ୟରେ ୫ ଜଣ ବାଳକ ଓ ୫ ବାଳିକା, ୨୦ରୁ ୨୯ ମଧ୍ୟରେ ୩୬ ଯୁବକ ଓ ୧୦ ଯୁବତୀ, ୩୦ରୁ ୩୯ ମଧ୍ୟରେ ୨୦ ଯୁବକ ଓ ୯ ଯୁବତୀ, ୪୦ରୁ ୪୯ ମଧ୍ୟରେ ୧୨ ପୁରୁଷ ଓ ୫ ମହିଳା, ୫୦ରୁ ୫୯ ମଧ୍ୟରେ ୧୩ ପୁରୁଷ ଓ ୧ ମହିଳା, ୬୦ରୁ ୬୯ ମଧ୍ୟରେ ୫ ବୃଦ୍ଧ ଓ ୨ ବୃଦ୍ଧା, ୭୦ରୁ ୭୯ ମଧ୍ୟରେ ୩୧ବୃଦ୍ଧ ଏବଂ ୮୦ରୁ ୯୦ ବର୍ଷ ମଧ୍ୟରେ ଜଣେ ୯୦ ବର୍ଷର ବୃଦ୍ଧ ରହିଥିବା ବେଳେ ଜଣେ ପୁରୁଷଙ୍କ ବୟସ ଜଣାପଡ଼ି ନାହିଁ । ସେହିପରି ବାରିପଦା ପୌରପରିଷଦରୁ ସର୍ବାଧିକ ୫୭ ପୁରୁଷ ଓ ୧୦ ମହିଳାଙ୍କୁ ମିଶାଇ ମୋଟ ୬୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମଣ୍ଡଳ କାରାଗାରରୁ ୪୧ ଜଣ ପୁରୁଷ , ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲରୁ ଜଣେ ୫୫ ବର୍ଷିୟା ମହିଳା ରହିଛନ୍ତି । ଜିଲ୍ଲାର ଅନ୍ୟ ସ୍ଥାନଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସିମୀତ ରହିଛି। ଏଥିସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୪ ହଜାର ୫୫୦ରେ ପହଞ୍ଚିଛି। ଆଜି ସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧ ହଜାର ୧୮୭ ରହିଥିବା ବେଳେ ଆଜି ପୁଣି ଜଣେ ୫୮ ବର୍ଷ ବୟସକ୍କ ବ୍ୟକ୍ତିଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର